Below header

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମରୋଣତ୍ତର ଭାବେ କର୍ପୂରୀ ଠାକୁର ପାଇବେ ଭାରତ ରତ୍ନ । ସମାଜବାଦୀ ନେତା ଥିଲେ ଜନ ନାୟକ କର୍ପୂରୀ ଠାକୁର । ସେ ପାଠପଢ଼ା ଛାଡି ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ଆଜି (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି। ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମରୋଣତ୍ତର ଭାବେ କର୍ପୂରୀ ଠାକୁର ପାଇବେ ଭାରତ ରତ୍ନ । ସମାଜବାଦୀ ନେତା ଥିଲେ ଜନ ନାୟକ କର୍ପୂରୀ ଠାକୁର । ସେ ପାଠପଢ଼ା ଛାଡି ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଫଳସ୍ବରୂପ ୨୬ ମାସ ଜେଲରେ କଟାଇଥିଲେ। ଦେଶ ସ୍ୱାଧୀନତା ପରେ ସେ ନିଜ ଗାଁରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ।

୧୯୫୨ ମସିହାରେ ସେ ବିହାର ବିଧାନସଭାର ସଦସ୍ୟ ହୋଇ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଥିଲେ। ଡିସେମ୍ବର ୧୯୭୦ରୁ ଜୁନ୍ ୧୯୭୧ ଏବଂ ଜୁନ୍ ୧୯୭୭ରୁ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଇଥିଲେ। ତାଙ୍କ ଜୀବନ ଲୋକଙ୍କ ପାଇଁ ଆଦର୍ଶଠାରୁ କମ୍ ନୁହେଁ। ସେ ବିହାରରେ ମଦ ନିଷେଧ କରିଥିଲେ। ବିହାରର ସମସ୍ତିପୁରରେ ୧୯୨୪ ଜାନୁଆରୀ ୨୪ରେ କର୍ପୂରୀଙ୍କ ଜନ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.