କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ, ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ଦେବ ବାର୍ତ୍ତା

ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ ଦେଖିବ ଓଡ଼ିଶାର କଳା । ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ‘ବିକଶିତ ଭାରତ’କୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଚୂଡ଼ାନ୍ତ ଅଭ୍ୟାସ ପରେଡରେ ଭାଗ ନେଇଛି ।

ଭୁବନେଶ୍ୱର (କେନ୍ୟୁଜ): ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ ଦେଖିବ ଓଡ଼ିଶାର କଳା । ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ‘ବିକଶିତ ଭାରତ’କୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଚୂଡ଼ାନ୍ତ ଅଭ୍ୟାସ ପରେଡରେ ଭାଗ ନେଇଛି । ମହିଳା କଣ୍ଟିଜେଣ୍ଟମାନଙ୍କ ଅଭ୍ୟାସ ପରେଡ ପରେ ପଞ୍ଚମ ପ୍ରଜ୍ଞାପନ ମେଢ଼ ଭାବେରେ ଓଡ଼ିଶାର ସୁଦୃଶ୍ୟ ପ୍ରଜ୍ଞାପନ ମେଢ଼ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢ଼ ନିର୍ମାଣ କରାଯାଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତାବିଶିଷ୍ଟ ଏହି ପ୍ରଜ୍ଞାପନ ମେଢ଼ରେ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୯ଟି ମନ୍ତ୍ରାଳୟର ୨୬ଟି ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.