ପ୍ରତିବର୍ଷ ଅଯୋଧ୍ୟା ଆସି ପାରନ୍ତି ୫ କୋଟି ପର୍ଯ୍ୟଟକ ! ମକ୍କା, ଭାଟିକାନ୍‌ ସିଟିଠାରୁ ଢେର୍‌ ଅଧିକ ରହିବ ସଂଖ୍ୟା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ଦ୍ୱାରା ପ୍ରତିବର୍ଷ ଅତି କମ୍‌ରେ ୫ କୋଟି ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି, ଯାହାକି ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାଠାରୁ ଢେର୍‌ ଅଧିକ । ବିଶ୍ୱସ୍ତରରେ ମଧ୍ୟ ଯେତିକି ପର୍ଯ୍ୟଟକ ମକ୍କା ଓ ଭାଟିକାନ୍ ସିଟି ମିଳିତ ଭାବେ ଆସୁଛନ୍ତି, ଅଯୋଧ୍ୟାରେ ତାହାଠାରୁ ମଧ୍ୟ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି ।

ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ବିମାନବନ୍ଦର ପରି ଭିତ୍ତିଭୂମି ପାଇଁ ବ୍ୟାପକ ଖର୍ଚ୍ଚ ହେବା ଦ୍ୱାରା ଉତ୍ତର ପ୍ରଦେଶର ଏହି ସହର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ । ଏକ ନୂତନ ବିମାନବନ୍ଦର, ବିସ୍ତାରିତ ରେଳ ଷ୍ଟେସନ, ଆବାସିକ ଯୋଜନା ଏବଂ ଉନ୍ନତ ସଡ଼କ ସଂଯୋଗ ସହିତ ନୂତନ ହୋଟେଲ ତଥା ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ହେତୁ ପ୍ରତିବର୍ଷ ୫ କୋଟିରୁ ଅଧିକ ପର୍ଯ୍ୟଟକ ଅଯୋଧ୍ୟା ଆସିପାରନ୍ତି ।

ରିପୋର୍ଟରେ କୁହାଯାଇଛି, ଅଯୋଧ୍ୟାକୁ ପାଖାପାଖି ୫୦ରୁ ୧୦୦ ମିଲିୟନ ପର୍ଯ୍ୟଟକ ଆସିବେ, ଯାହା ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରର ଦୁଇଗୁଣ । ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ପ୍ରତିବର୍ଷ ୩ରୁ ୩.୫ କୋଟି ଶ୍ରଦ୍ଧାଳୁ ଆସୁଥିବା ବେଳେ ତିରୁପତି ମନ୍ଦିରକୁ ଆସନ୍ତି ୨.୫ରୁ ୩ କୋଟି ଶ୍ରଦ୍ଧାଳୁ ।

ଏହିପରି ବିଶ୍ୱସ୍ତରରେ ଭାଟିକାନ୍ ସିଟିକୁ ପ୍ରତିବର୍ଷ ପାଖାପାଖି ୯୦ ଲକ୍ଷ ପର୍ଯ୍ୟଟକ ଏବଂ ସାଉଦି ଆରବର ମକ୍କାକୁ ପାଖାପାଖି ୨ କୋଟି ପର୍ଯ୍ୟଟକ ଆସିଥାଆନ୍ତି । ବର୍ତ୍ତମାନ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଭାରତକୁ ଏକ ନୂଆ ପର୍ଯ୍ୟଟନ ହଟସ୍ପଟ୍ ମିଳିବାକୁ ଯାଉଛି, ଯାହା ପ୍ରତିବର୍ଷ ୫୦ ମିଲିୟନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏହା ଭାଟିକାନ୍ ସିଟି ଓ ମକ୍କାକୁ ୧ ବର୍ଷରେ ଆସୁଥିବା ୩୦ ମିଲିୟନ ପର୍ଯ୍ୟଟକଙ୍କଠାରୁ ଅଧିକ ହେବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.