Below header

ଓଡ଼ିଶାରେ ପ୍ରଥମ: କଟକ ଏସସିବିରେ ଏକମୋ ମେସିନ ସପୋର୍ଟରେ ହେଲା ବିରଳ ଅପରେସନ

କଟକ ଏସସିବି ମେଡିକାଲରେ ବିରଳ ଅପରେସନ । ପ୍ରଥମ ଥର ପାଇଁ ଏକମୋ ମେସିନ ସପୋର୍ଟରେ ଅପରେସନ । କିର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ ।

କଟକ(କେନ୍ୟୁଜ୍): କଟକ ଏସସିବି ମେଡିକାଲରେ ବିରଳ ଅପରେସନ । ପ୍ରଥମ ଥର ପାଇଁ ଏକମୋ ମେସିନ ସପୋର୍ଟରେ ଅପରେସନ । କିର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ । କଟକ ଏସସିବି ମେଡିକାଲରେ ୯ଟି ଏକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହି ବ୍ୟବହାର ହେଉନଥିଲା ।

ଦେବଗଡ଼ ଅଞ୍ଚଳର ୨୧ବର୍ଷ ବୟସର ଜଣେ ଯୁବକର ଶ୍ଵାଶନଳୀରୁ ଏକମୋ ମେସିନ ସହାୟତାରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଛି । ଏବେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି । ଶ୍ଵାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ସେଥିପାଇଁ ଏକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା । ଆଗକୁ ଅଧିକରୁ ଅଧିକ ଅପରେସନ ପାଇଁ ଏହି ମେସିନ ସହାୟତା ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.