ଆମେରିକା ବଢ଼ାଇଲା ଛାତ୍ର ଓ ପର୍ଯ୍ୟଟକ ଭିସା ଶୁଳ୍କ; ମେ’ ୩୦ରୁ ଲାଗୁ ହେବ ନୂତନ ଦର

ଏଣିକି ଆମେରିକା ଯିବା ହେବ ଆହୁରି ମହଙ୍ଗା। ଆମେରିକାର ବୈଦେଶିକ ବିଭାଗ ଭିସା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଛାତ୍ର ଓ ପର୍ଯ୍ୟଟକଙ୍କୁ ମହଙ୍ଗା ଭାର ବହନ କରିବାକୁ ପଡ଼ିବ।

ଆମେରିକା ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ନୈରାଶ୍ୟଜନକ ଖବର। ଆମେରିକାର ବୈଦେଶିକ ବିଭାଗ ଭିସା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିସା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି। ବୈଦେଶିକ ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ମହଙ୍ଗା ଭାର ବହନ କରିବାକୁ ପଡ଼ିବ।

ମେ’ ୩୦ରୁ ଲାଗୁ ହେବ ନୂଆ ଦର

ଆମେରିକାର ବୈଦେଶିକ ବିଭାଗ ତରଫରୁ ଜାରି ବୟାନ ଅନୁସାରେ, ଅଣ-ପ୍ରବାସୀ ଭିସା (NIV) ପାଇଁ ବର୍ଦ୍ଧିତ ଶୁଳ୍କ ଆସନ୍ତା ମେ’ ୩୦ରୁ ଲାଗୁ ହେବ। ଏହି ଭିସାଗୁଡିକରେ ପରିଦର୍ଶକ, ଟୁରିଷ୍ଟ ଭିସା, ଛାତ୍ର ଭିସା ଏବଂ ଏକ୍ସଚେଞ୍ଜ ଭିଜିଟର ଭିସା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ଭିସା ଆବେଦନ ଶୁଳ୍କ ଏକ ଶ୍ରେଣୀ ଢଙ୍ଗରେ ବୃଦ୍ଧି କରାଯାଇଛି।

ବ୍ୟବସାୟ କିମ୍ବା ପର୍ଯ୍ୟଟକ (B1 / B2 ଏବଂ BCC) ଭିସା ଏବଂ ଅନ୍ୟାନ୍ୟ ନନ୍‌-ପିଟିସନ ଭିତ୍ତିକ NIV ଯେପରି ଛାତ୍ର ଭିସା ପାଇଁ ଦେୟ ୧୩୦୦୦ରୁ ବଢ଼ି ୧୫୦୦୦ ଟଙ୍କା ହେବ। ବର୍ତ୍ତମାନର ବିନିମୟ ମୂଲ୍ୟ ଅନୁସାରେ, ଏହି ନିୟମ ଲାଗୁ ହେବା ପରେ ଭାରତୀୟ ଛାତ୍ରମାନଙ୍କୁ ଆମେରିକା ଭିସା ପାଇଁ ପାଖାପାଖି ୧୫,୧୪୦ ଟଙ୍କା ଦେବାକୁ ପଡିବ।

usa
photo: times now

ବିଭାଗ ଏହା ମଧ୍ୟ ସୂଚନା ଦେଇଛି ଯେ ଅସ୍ଥାୟୀ ଶ୍ରମିକ (H, L, O, P, Q ଏବଂ R ବର୍ଗ)ଙ୍କ ପାଇଁ କେତେକ ଆବେଦନ ଭିତ୍ତିକ ଅଣ-ପ୍ରବାସୀ ଭିସା ଉପରେ ମଧ୍ୟ ଶୁଳ୍କ ୧୫,୫୫୭ରୁ ବଢ଼ି ୧୬,୭୮୫ ଟଙ୍କା ହୋଇଯିବ। ସେପଟେ ବ୍ୟବସାୟୀ, ନିବେଶକ ଏବଂ ଏକ ସ୍ୱତନ୍ତ୍ର ବ୍ୟବସାୟ (ଇ ବର୍ଗ) ଥିବା ଆବେଦନକାରୀଙ୍କ ପାଇଁ ଶୁଳ୍କ ୧୬,୭୮୫ରୁ ବଢ଼ି ୨୫,୭୯୨ ଟଙ୍କା ହେବ।

ଦେୟ ବୃଦ୍ଧି ଦ୍ୱାରା ଏହି ବର୍ଗଗୁଡିକ ଉପରେ ପଡ଼ିବ ପ୍ରଭାବ

B1: ବ୍ୟବସାୟ କିମ୍ବା ଘରୋଇ କର୍ମଚାରୀ

B2: ପର୍ଯ୍ୟଟକ

H: କାର୍ଯ୍ୟ ଭିସା

L: ଇଣ୍ଟ୍ରା-କମ୍ପାନୀ ଟ୍ରାନ୍ସଫର ଭିସା

O: ବିଜ୍ଞାନ, କଳା, ଶିକ୍ଷା, ବ୍ୟବସାୟ କିମ୍ବା ଆଥଲେଟିକ୍ସରେ ଅତୁଳନୀୟ ସଫଳତା ପ୍ରାପ୍ତ ବିଦେଶୀ ନାଗରିକ

P: ଆଥଲେଟ୍, କଳାକାର, ମନୋରଞ୍ଜକର୍ତ୍ତା

Q: ଅନ୍ତର୍ଜାତୀୟ ସାଂସ୍କୃତିକ ପ୍ରଦର୍ଶନରେ ଆସିଥିବା ପର୍ଯ୍ୟଟକ

R: ଧାର୍ମିକ କାର୍ଯ୍ୟକର୍ତ୍ତା

E: ଆଲିଆନ୍ସ ଟ୍ରେଡର/ ଆଲିଆନ୍ସ ନିବେଶକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.