Below header

ଯାଜପୁର: ଜେନାପୁର ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଓ ପରିଚୟପତ୍ର ବଣ୍ଟନ

ଯାଜପୁର(କେନ୍ୟୁଜ) : ବରିଷ୍ଠ ନାଗରିକ ମାନେ ସମାଜ ପାଇଁ କେବେ ବି ଅଲୋଡ଼ା ନୁହଁନ୍ତି। ସେମାନେ ସର୍ବଦା ସମାଜର ପଥପ୍ରଦର୍ଶକ। ଏଣୁ ସରକାର ବରିଷ୍ଠ ନାଗରିକଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ। ଆଜି ଯାଜପୁର ଜିଲ୍ଲା ଚଢେଇଧରା ଫାଣ୍ଡି ପରିସରରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଓ ପରିଚୟପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

senior citizen identity cardଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଯାଜପୁର ଏସପି ଚରଣ ସିଂ ମିନା, ଏସଡିପିଓ ଚିନ୍ମୟ କୁମାର ନାୟକ, ନାଗରିକ ମଂଚର ପ୍ରମୁଖ କର୍ମକର୍ତ୍ତାମାନେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ସର୍ବଦା ତତ୍ପର ରହିଥିବା କହିଥିଲେ। ଏଥିସହ ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଆଜିର ଯୁବସମାଜ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଂଚଳର ୫୮ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.