ବିଭିନ୍ନ ପ୍ରକାର ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବି ହେଉଛନ୍ତି ଏସଏଚଜି ମହିଳା

ଓଡିଶା ଜୀବିକା ମିଶନ୍ ଯୋଜନାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡ ଗ୍ରାମରେ ରତ୍ନେଶ୍ୱରୀ ପ୍ରଡ୍ୟୁସର ଗ୍ରୁପର ମହିଳା ମାନେ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ କରି ନୂଆ ରାହା ଦେଖାଇବା ସହ ସ୍ୱାବଲମ୍ବୀ ହୋଇ ନିଜେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟ ମାନଙ୍କ ପାଇ ଉଦାହରଣ ମଧ୍ୟ ପାଲଟିଛନ୍ତି ।

ଓଡିଶା ଜୀବିକା ମିଶନ୍ ଯୋଜନାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡ ଗ୍ରାମରେ ରତ୍ନେଶ୍ୱରୀ ପ୍ରଡ୍ୟୁସର ଗ୍ରୁପର ମହିଳା ମାନେ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ କରି ନୂଆ ରାହା ଦେଖାଇବା ସହ ସ୍ୱାବଲମ୍ବୀ ହୋଇ ନିଜେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟ ମାନଙ୍କ ପାଇ ଉଦାହରଣ ମଧ୍ୟ ପାଲଟିଛନ୍ତି । ଏହି ମହିଳାମାନେ ଦୀର୍ଘ ୩ବର୍ଷ ହେବ ଘରେ ରହି ବିଭିନ୍ନ ପ୍ରକାର ଟେରାକୋଟା ସାହାଯ୍ୟରେ ମାଟି ହାଣ୍ଡି, ପ୍ରେସର କୁକର, ଲଣ୍ଠନ ଦୀପ, କଣ୍ଢେଇ, ମାଣ, ହାତୀ, ଘୋଡା ଭଳି ଅନେକ ଜିନିଷ ତିଆରି କରି ବେଶ୍ ସ୍ୱାବଲମ୍ବି ହୋଇ ପାରିଛନ୍ତି ।

ସଂଘର ସଭାପତି ସୁଭଶ୍ରୀ ବେହେରାଙ୍କ କହିବା ଅନୁସାରେ ଆଗରୁ ମହିଳା ମାନେ ବିଭିନ୍ନ ସମୟରେ ଲୋକ ମାନଙ୍କର ଦିନ ମଜୁରୀ କରିବା ସହ ତଳି ରୋଇବା କାମ କରୁଥିଲେ, କିନ୍ତୁ ଆଜି ସେ ମହିଳା ମାନଙ୍କୁ ନେଇ ଗ୍ରୁପ ଗଠନ କରି ସରକାରଙ୍କ ତରଫରୁ ବିନା ସୁଧରେ ଟଙ୍କା ଆଣି ଗ୍ରୁପର ୨୫ ଜଣ ମହିଳା ବିଭିନ୍ନ ଟେରାକୋଟା ସାମଗ୍ରୀ ତିଆରି କରି ମାସକୁ ଜଣ ପିଛା ୧୦ହଜାର ଟଙ୍କା ଲାଭ ପାଇ ବେଶ ଭଲରେ ପରିବାର ପ୍ରତିପୋଷଣ କରି ପାରୁଛନ୍ତି । ଏଥି ପାଇଁ ସରକାରଙ୍କ ପକ୍ଷରୁ ମାଟିରେ ବିଭିନ୍ନ ସାମଗ୍ରୀ ତିଆରୀ କରିବା ପାଇଁ ଏକ ମେସିନ ମଧ୍ୟ ମିଳିଥିବାର ମହିଳାମାନେ କହିଛନ୍ତି, ତାହା ସହିତ ସରକାରଙ୍କ ପକ୍ଷରୁ ଏକ ଘର ନ ମିଳିବାରୁ ଏକ ଚାଳ ଘରେ ସମସ୍ତ ସାମଗ୍ରୀ ତିଆରୀ କଲା ବେଳେ ବର୍ଷା ଦିନେ ବହୁତ ଅସୁବିଧା ହୋଇଥାଏ, ତେଣୁ ସରକାର ଘର ଖଣ୍ଡିଏ ମଞ୍ଜୁର କରିବା ପାଇଁ ମହିଳାମାନେ ଅନୁରୋଧ କରିଛନ୍ତି ।

ସକାଳୁ ସମସ୍ତେ ନିଜ ଘର କାମ ସାରିବା ପରେ ନିଜ ନିଜ କାମରେ ଲାଗି ପଡିଥାନ୍ତି, ମାଟିରେ ବିଭିନ୍ନ ସାମଗ୍ରୀ କରିସାରିବା ପରେ ଖରାରେ ଶୁଖାଇ ପରେ ତାକୁ କଲର କରି ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ଫୁଲବାଣି ସହ ବିଭିନ୍ନ ସ୍ଥାନକୁ ବିକ୍ରୀ କରିବା ପାଇଁ ନେଇଥାନ୍ତି । ଏମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରୁ ମାନପତ୍ର ସହ ଅନେକ ପୁରସ୍କାର ମଧ୍ୟ ମିଳିଛି, ଆଜି ଏ ମାଟି ସାମଗ୍ରୀ ବିକ୍ରି କରି ବେଶ ଲାଭ ମିଳୁଛି ବୋଲି ମହିଳାମାନେ କହିଛନ୍ତି ।

ସରକାର ପକ୍ଷରୁ ଆଗାମୀ ଦିନରେ ଆହୁରି ସହାୟତା ମିଳିଲେ ଆହୁରି ଭଲ କାମ କରିବୁ ବୋଲି କହିବା ସହ ପୂର୍ବରୁ ଘରକାମ କରିବାପରେ ଘରେ ଚୁପଚାପ ବସିରହୁଥିଲେ କିନ୍ତୁ ଆଜି ସରକାରଙ୍କ ତରଫରୁ ଜୀବିକା ମିଶନ ଯୋଜନାରେ ସାମିଲ ହୋଇ ଘର କାମ କରିଲା ପରେ ମାଟିରେ ବିଭିନ୍ନ ପ୍ରକାର ସମଗ୍ରୀ ଆଦି ତିଆରି କରି ସମସ୍ତେ ବେଶ ଖୁସିରେ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଏଭଳି ଯୋଜନା ଦେଇଥିବାରୁ ଆଜି ସେମାନେ ସ୍ୱାବଲମ୍ବୀ ହୋଇ ନିଜ ପରିବାର ଚଲେଇବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏଥିପାଇଁ ସରକାରଙ୍କୁ ସମସ୍ତ ମହିଳାମାନେ ଧନ୍ୟବାଦ ଜଣାଇଛନ୍ତି ।