Below header

UPSC କମ୍ବାଇଣ୍ଡ ଜିଓ ସାଇଣ୍ଟିଷ୍ଟ ୨୦୨୩ ପରୀକ୍ଷାରେ ଚାଷୀ ପୁଅର କମାଲ୍: ସର୍ବଭାରତୀୟ ସ୍ତରରେ ରହିଲେ ୧୦ନମ୍ବର ସ୍ଥାନରେ

ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ କିଛି ବି କରିପାରେ । ଯେକୌଣସି ପରିସ୍ଥିତିରେ ବି ସଫଳତାର ସ୍ୱାଦକୁ ଚାଖି ପାରେ ।  ଆର୍ଥିକ ଅନଟନ ଭଳି ପ୍ରତିବନ୍ଧକକୁ ଡେଇଁ କିଭଳି ନିଜର ଲକ୍ଷସ୍ଥଳରେ ପହଞ୍ଚିବାକୁ ହେବ ତାହା ଆଜି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବ ବୈଜ୍ଞାନିକ ।

ବାଲିଆପାଳ(କେନ୍ୟୁଜ): ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ କିଛି ବି କରିପାରେ । ଯେକୌଣସି ପରିସ୍ଥିତିରେ ବି ସଫଳତାର ସ୍ୱାଦକୁ ଚାଖି ପାରେ ।  ଆର୍ଥିକ ଅନଟନ ଭଳି ପ୍ରତିବନ୍ଧକକୁ ଡେଇଁ କିଭଳି ନିଜର ଲକ୍ଷସ୍ଥଳରେ ପହଞ୍ଚିବାକୁ ହେବ ତାହା ଆଜି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବ ବୈଜ୍ଞାନିକ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ଗ୍ରାମର ଜୟନ୍ତ ରାଉଳ। ସ୍ତ୍ରୀ ,୪ ଝିଅ ଏବଂ ଗୋଟେ ପୁଅକୁ ନେଇ ତାଙ୍କ ପରିବାର । ଜୟନ୍ତ ଜଣେ ଗରିବ ଚାଷୀ ହୋଇଥିବା ବେଳେ ନିଜର ଅଳ୍ପ କିଛି ଜମିରେ ଚାଷ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି । ସ୍ୱଳ୍ପ ରୋଜଗାରରେ ପିଲାମାନଙ୍କୁ ପାଠ ପଢାଇବା ସହ ୪ ଜଣ ଝିଅଙ୍କୁ ବିବାହ କରାଇଥିଲେ ଜୟନ୍ତ । ତେବେ ଗୋଟିଏ ବୋଲି ପୁଅ ପ୍ରିୟବ୍ରତ୍ତ ରାଉଳ କିନ୍ତୁ ଘରର ଆର୍ଥିକ ସ୍ଥିତିକୁ ଦେଖି ଛୋଟବେଳୁ ବଡ ବୈଜ୍ଞାନିକ ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ପ୍ରିୟବ୍ରତ୍ତ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଗାଁରେ ଥିବା ସାର୍ଥକ ଚନ୍ଦ୍ର ହାଇସ୍କୁଲରୁ ଭଲ ନମ୍ବର ରଖି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଫକୀର ମୋହନ ମହାବିଦ୍ୟାଳର +2 ଏବଂ ବାରିପଦା ଏମପିସି ଅଟୋନୋମସ କଲେଜରୁ ସ୍ନାତ୍ତକ କରିଥିଲେ । ସେବେଠୁ ପ୍ରିୟବତ୍ତ ଆଉ ପଛକୁ ଫେରି ନଥିଲେ ।

family

ବୈଜ୍ଞାନିକ ହେବାର ନିଶା ତାଙ୍କ ଆଖିରେ ନିଦ ହଜାଇ ଦେଇଥିଲା । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ନିଜେ ଟ୍ୟୁସନ କରି ସେହି ଅର୍ଥରେ ମଧ୍ଯପ୍ରଦେଶ ସ୍ଥିତ ସାଗର ୟୁନିଭରସିଟିରେ ଆପ୍ଲାଇଡ ଜିଓଲୋଜିରେ ଏମ୍ ଟେକ୍ କରିଥିଲେ । ଏହାପରେ ଆଇଆଇଟି ଧାନବାଦରେ ଜିଓ କେମେଷ୍ଟ୍ରିରେ ପିଏଚଡି କରୁଛନ୍ତି । ତେବେ ୟୁପିଏସସି କମ୍ବାଇଣ୍ଡ ଜିଓ ସାଇଣ୍ଟିଷ୍ଟ ପରୀକ୍ଷା ୨୦୨୩ରେ ସର୍ବଭାରତୀୟ ସ୍ତରରେ ୧୦ ନମ୍ବର ରାଙ୍କ ରଖି ବୈଜ୍ଞାନିକ ହେବାର ସ୍ୱପ୍ନକୁ ସାକାର କରିଛନ୍ତି ପ୍ରିୟବ୍ରତ୍ତ ।

ପ୍ରିୟବ୍ରତ୍ତଙ୍କ ବାପା ଜଣେ ଗରିବ ଚାଷୀ ହୋଇଥିବା ବେଳେ ମା ଜଣେ ଗୃହିଣୀ। ପ୍ରିୟବ୍ରତ୍ତଙ୍କ ଏହି ସଫଳତା ପରେ ଏବେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କର ଏହି ସଫଳତା ପାଇଁ ସେ ପରିବାର ଲୋକଙ୍କ ସମେତ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ପୁଅର ଏହି ସଫଳତାରେ ବାପା ମା ବେଶ ଖୁସି । ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁଁ ପ୍ରିୟବ୍ରତ୍ତ ଆଜି ନିଜର ବୈଜ୍ଞାନିକ ହେବାର ସ୍ୱପ୍ନକୁ ସାକାର କରିଛନ୍ତି । ଯାହା ଆଜିର ଶିକ୍ଷିତ ଯୁବପିଢୀଙ୍କ ଏକ ବଡ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.