ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୩ଟି ଗାଡି, ଜଣେ ମୃତ

ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିହେଲା ୩ଟି ଗାଡ଼ି । ଟ୍ରଲର ଧକ୍କାରେ ଲାଇନ ମ୍ୟାନ ମୃତ । ମୃତକ ହେଲେ ଭଣ୍ଡାରିପୋଖରୀ ଥାନା ପାଳଦା ଗାଁର ରାଜକିଶୋର ସାହୁ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଭଦ୍ରକ (କେନ୍ୟୁଜ): ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିହେଲା ୩ଟି ଗାଡ଼ି । ଟ୍ରଲର ଧକ୍କାରେ ଲାଇନ ମ୍ୟାନ ମୃତ । ମୃତକ ହେଲେ ଭଣ୍ଡାରିପୋଖରୀ ଥାନା ପାଳଦା ଗାଁର ରାଜକିଶୋର ସାହୁ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ରାଜକିଶୋର ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରଲର ରାସ୍ତା ପାର୍ଶ୍ୱରେ ଥିବା କେବିନ୍ ଓ ଦୁଇଟି ଗାଡ଼ିକୁ ଧକ୍କା ଦେବା ସହ ରାଜ କିଶୋରଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବି ସହ ଉତ୍ତ୍ଯକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.