Below header

କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି: ପତ୍ନୀ ଓ ମା’ଙ୍କୁ ବଡ଼ ଭାଇ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା

ଥାନାରେ ପହଁଚିଲା କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ପତ୍ନୀ ରାକ୍ଷୀ ଦାସ ଓ ମାଆଙ୍କୁ ବଡ଼ ଭାଇ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା । ଏହାସହ କଣ୍ଠଶିଳ୍ପୀ ପମି ମଧ୍ୟ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଥାନାରେ ପହଁଚିଲା କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ପତ୍ନୀ ରାକ୍ଷୀ ଦାସ ଓ ମାଆଙ୍କୁ ବଡ଼ ଭାଇ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା । ଏହାସହ କଣ୍ଠଶିଳ୍ପୀ ପମି ମଧ୍ୟ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଅଭିଯୋଗ ଅନୁଯାୟୀ, ବିଭୁକିଶୋର ଦାସଙ୍କ ଘରେ ଭଡ଼ା ନେଇ ରହନ୍ତି ପମି । ହେଲେ ସେ ସିସିଟିଭି ଲଗାଉଥିବାବେଳେ ବିଭୁକିଶୋରଙ୍କ ବଡ଼ ଭାଇ ପିୟୁଷ ଏହାକୁ ବିରୋଧ କରିଥିଲେ । ତାଙ୍କୁ ମାଡ଼ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହାସହ ନିଜ ମାଆ ଓ ଭାଇ ବୋହୂକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ଜମି ଓ ଘର ବିବାଦକୁ ନେଇ ପିୟୁଷ ଏଭଳି କରିଥିବା ମାଆ ଭୁବନେଶ୍ବର ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ଜମିବାଡ଼ି ସମସ୍ୟାକୁ ନେଇ ଗତ ୩୦ ବର୍ଷ ହେବ ବଡ଼ ପୁଅ ସମସ୍ତଙ୍କୁ ହଇରାଣ କରୁଛି। ଏହାର ସମାଧାନ କରି ନ୍ୟାୟ ଦେବା ପାଇଁ କହିଛନ୍ତି ରାକ୍ଷୀ ଦାସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.