ଅତ୍ୟଧିକ ରସୁଣ ଖାଉଥିଲେ ସାବଧାନ, ଆଗକୁ ଯାଇ ହୋଇପାରେ ବଡ଼ ସମସ୍ୟା

ରସୁଣରେ ଆଣ୍ଟି-ବାୟୋଟିକ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ଫଙ୍ଗଲ୍, ମାଙ୍ଗାନିଜ୍, ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ଭଳି ଅନେକ ଗୁଣ ରସୁଣରେ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି ରସୁଣର ଅନେକ ଲାଭ ଥାଇ ମଧ୍ୟ ଏହା ଦ୍ୱାରା କିଛି ସ୍ୱାସ୍ଥ୍ୟ ଜନିତ କିଛି ଅସୁବିଧା ମଧ୍ୟ ହୋଇପାରେ ।

ରସୁଣ ରୋଷେଇରେ ଏପରି ଏକ ଉପାଦାନ ଯାହା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ବ୍ୟବହୃତ ହୋଇଥାଏ । ତେବେ ରସୁଣ ସାଧାରଣତ ଡାଲି ଏବଂ ତରକାରୀ ପାଇଁ ବ୍ୟବହୃତ ହୋଇଥାଏ । ଏହା ବ୍ୟତୀତ ରସୁଣକୁ ମଧ୍ୟ ଅନେକ ଉପାୟରେ ବ୍ୟବହାର କରାଯାଏ । ଅନେକ ଲୋକ କଞ୍ଚା ରସୁଣ ଖାଇବାକୁ ପସନ୍ଦ କରନ୍ତି । କାରଣ କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ସେଥିରେ ଆଣ୍ଟି-ବାୟୋଟିକ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ଫଙ୍ଗଲ୍, ମାଙ୍ଗାନିଜ୍, ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ଭଳି ଅନେକ ଗୁଣ ରସୁଣରେ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି ରସୁଣର ଅନେକ ଲାଭ ଥାଇ ମଧ୍ୟ ଏହା ଦ୍ୱାରା କିଛି ସ୍ୱାସ୍ଥ୍ୟ ଜନିତ କିଛି ଅସୁବିଧା ମଧ୍ୟ ହୋଇପାରେ । କିନ୍ତୁ ରସୁଣ ଅତ୍ୟଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତି ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଅଧିକ ରୁସିଣ ଖାଇବା ଦ୍ୱାରା କ’ଣ ଅସୁବିଧା ହୋଇଥାଏ ।

କୋଷ୍ଠକାଠିନ୍ୟ ସମସ୍ୟା :
ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି ତେବେ ଭୁଲରେ ମଧ୍ୟ ରସୁଣ ଖାଆନ୍ତୁ ନାହିଁ । ନଚେତ ଏସିଡିଟି ସମସ୍ୟା ଯୋଗୁ ପେଟରେ ଯନ୍ତ୍ରଣା ହୋଇପାରେ । ତେବେ ପେଟ ଫୁଲିବା ସହ ଗ୍ୟାସ୍ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ରସୁଣ ଖାଇବା ଦ୍ୱାରା ଏହି ସମସ୍ୟା ଆହୁରି ବଢିଯାଇପାରେ । ଏହା ବ୍ୟତୀତ ଅଧିକ ରସୁଣ ଖାଇବା ଦ୍ୱାରା ଆପଣଙ୍କ ପାଟି ମଧ୍ୟ ଗନ୍ଧ ହୋଇପାରେ । ଯାହାଦ୍ୱାରା ଆପଣଙ୍କ ଆଖପାଖ ଲୋକମାନେ ଆପଣଙ୍କୁ ଘୃଣା କରିପାରନ୍ତି ସେଥିପାଇଁ ଆପଣଙ୍କୁ ଆପଣ ଅଧିକ ରସୁଣ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ମୁଣ୍ଡବିନ୍ଧା :
କୁହାଯାଏ ରସୁଣକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣୁ ମୁଣ୍ଡବିନ୍ଧା ହେଲେ ରସୁଣ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଆଲର୍ଜି :
ରସୁଣ ଖାଇ ଦ୍ୱାରା ଅନେକ ଲୋକଙ୍କର ଆଲର୍ଜି ସମସ୍ୟା ହୋଇପାରେ । ରସୁଣ ଖାଇବା ହେତୁ ଯଦି ଆପଣ ସ୍କିନ୍‌ରେ ଦାଗ ଏବଂ ନାଲି ଚିହ୍ନ ହେଉଛି, ତେବେ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ବ୍ଲିଡିଗିଂ :
ରସୁଣରେ ଆଣ୍ଟିଥ୍ରୋମ୍ବୋଟିକ୍ ଗୁଣ ରହିଥାଏ, ଯାହାର ଅର୍ଥ ଏହା ରକ୍ତ ଜମାଟ ବାନ୍ଧିବାରେ ରୋକିପାରେ । ଯେପରି କି ଆପଣଙ୍କୁ ଆଘାତ ଲାଗିବା ମାତ୍ରେ ସେହି ସ୍ଥାନରୁ ଅତ୍ୟଧିକ ରକ୍ତ ବାହାରି ପାରେ ।

ପେଟ ପୋଡିଥାଏ :
ଯଦି ଆପଣ ରସୁଣକୁ ଅଧିକ ମାତ୍ରାରେ ଖାଆନ୍ତି, ତେବେ ଏହା ଆପଣଙ୍କ ପେଟରେ ପୋଡିବା ଭଳି ଅନୁଭବ ହୋଇପାରେ । ଯାହା ଦ୍ୱାରା ଆପଣ ପୂରା ଦିନ କଷ୍ଟ ପାଇ ପାରନ୍ତି । ସେଥିପାଇଁ ଆପଣମାନେ ଅଧିକ ରସୁଣ ଖାଇବା ଠାରୁ ଦୂରେଇ ରୁହନ୍ତୁ, ନଚେତ ଆଗକୁ ଯାଇ ବଡ ସମସ୍ୟା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.