Below header

ଦୁଇ ଭଉଣୀଙ୍କ ମୃତ୍ଯୁ ଘଟଣା ଉପରୁ ଉଠିଲା ପରଦା, ଭଉଣୀ ଓ ଭିଣୋଇ ଗିରଫ

ଆର. ଉଦୟଗିରି (କେନ୍ଯୁଜ୍) : ଆର. ଉଦୟଗିରି ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ମିଳିବା ଘଟଣାରେ ଅନ୍ୟ ଜଣେ ଭଉଣୀ ଓ ଭିଣୋଇ ଗିରଫ। ମୃତ ସ୍ୱପ୍ନା ଓ କିରଣଙ୍କ ଭଉଣୀ ପ୍ରିୟଙ୍କା ଆଚାରୀ ଏବଂ ଭିଣୋଇ ଗଣେଶ ସାହୁଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ଭିଣୋଇ ଗଣେଶ ସାହୁ ମୃତ ଝିଅର ଭିଡିଓ ଭାଇରାଲ କରିଥିଲା। ଯେଉଁ ମୋବାଇଲ ଫୋନରୁ ଭିଡିଓ ଭାଇରାଲ ହୋଇଥିଲା ତାକୁ ମଧ୍ୟ ପୋଲିସ ଜବତ କରିଛି। ପୂର୍ବରୁ ଏହି ଘଟଣାରେ ବାପା ଓ ମାଆଙ୍କୁ ଗିରଫ କରାଯାଇଥିଲା।

ଦୁଇ ଝିଅଙ୍କୁ ବିଷ ପିଇବା ପାଇଁ ବାପା ପ୍ରମୋଦ ଆଚାରୀ ବାଧ୍ୟ କରିଥିଲେ ।  ପ୍ରମୋଦଙ୍କର ୫ ଝିଅ । ବଡ଼ ଝିଅ ସ୍ୱାମୀ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛନ୍ତି । ଦ୍ୱିତୀୟ ଝିଅ ଗୋଳନ୍ଥରାରେ ବିବାହ କରିଛନ୍ତି । ଚତୁର୍ଥ ଝିଅ ଅନ୍ୟ ଜାତିରେ ବିବାହ କରିଛନ୍ତି । ତୃତୀୟ ଝିଅର ବିବାହ ଠିକ୍‌ ହୋଇଥିବା ବେଳେ, ଚତୁର୍ଥ ଝିଅର ସ୍ୱାମୀ ଗଣେଶ ସାହୁ ବିବାହ ଭାଙ୍ଗି ଦେଇଥିଲେ । ଏହି ବିବାହ ଭାଙ୍ଗିଯିବା ପରେ ବାପା ଓ ମାଆ ଭାଙ୍ଗି ପଡ଼ିଥିଲେ । ଫଳରେ ବଦନାମ ଭୟରେ ଦୁଇ ଝିଅଙ୍କୁ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ମୃତଦେହକୁ କୂଅରେ ପକାଇ ଦେଇଥିଲେ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.