ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ (କେନ୍ଯୁଜ୍) :କଟକରେ ଆଇନଜୀବୀଙ୍କୁ ପୋଲିସ୍‌ର ମାଡ଼ ଘଟଣା ପ୍ରତିବାଦରେ ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ବୈଠକ ପରେ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ୧୦ ତାରିଖରେ ଆଉ ଏକ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ । ଅଗଷ୍ଟ ୨୯ ତାରିଖରୁ ଓକିଲମାନେ ପୋଲିସ୍‌ ମାଡ଼ର ପ୍ରତିବାଦରେ ଆନ୍ଦୋଳନ ଚଳାଇଛନ୍ତି । କଟକ ନୂଆବଜାର ଓଭରବ୍ରିଜ ନିକଟରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଇନଜୀବୀମାନେ ଅଡି ବସିଛନ୍ତି ।

ଆଇନଜୀବୀଙ୍କୁ ମାଡ଼ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ବିନା ଭୟରେ ଓ କାହାକୁ କୌଣସି ପ୍ରକାର ସହାନୁଭୂତି ନଦେଖାଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଘଟଣାର ତଦନ୍ତ କରୁଥିବା ସିଆଇଡି ସିବି ଆଇଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.