ଭୟରେ ବଲିଉଡ଼ରେ କାମ କରୁଛନ୍ତି ଅଭିନେତ୍ରୀ ରାଧିକା ଆପଟେ

ମୁମ୍ବାଇ : ନିଜର ବୋଲ୍ଡ ଓ ବିନ୍ଦାସ କ୍ୟାରେକ୍ଟର ନେଇ ଚର୍ଚ୍ଚାରେ ରହୁଥିବା ରାଧିକା ଆପଟେ ନିକଟରେ କହିଛନ୍ତି ନିଜ ମନର କଥା ।  ବଲିଉଡରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ଅଳ୍ପ ସମୟ ପାଇଁ ନୁହେଁ । ଆଗକୁ ବି ସେ ଭଲ ଫିଲ୍ମରେ ଅଭିନୟ କରିବେ ସେ ନେଇ ଆଶାବାଦୀ ଅଛନ୍ତି ରାଧିକା । ବଲିଉଡରେ କାମ କରୁଥିବାରୁ ସେ ସବୁବେଳେ ଡର ଭିତରେ ରୁହନ୍ତି । ଆଗକୁ ଭଲ ଫିଲ୍ମ ଓ ଭଲ ଚରିତ୍ର ମିଳିବ କି ନାହିଁ । ତେବେ ସେ ବଲିଉଡରେ ରହି କାମ କରିବା ସହ ପାଇଥିବା ସଫଳତାକୁ ବଜାୟ ରଖିବାକୁ ଚାହାଁନ୍ତି ରାଧିକା ।

radhika

ଖୁବ ଶିଘ୍ର ରାଧିକାଙ୍କ ଅଭିନୀତ ବାଜାର ଏବଂ ଅନ୍ଧାଧୂନ ଦୁଇଟି ପିଲ୍ମ ରିଲିଜ ହେବାକୁ ଯାଉଛି । ଏନେଇ ଫିଲ୍ମର ପ୍ରମୋସନ ସେ ବ୍ୟସ୍ତ ରହିଛନ୍ତି । ତେବେ ପ୍ରତ୍ୟେକଟି ଫିଲ୍ମରେ ରାଧିକାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳେ । ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବରେ ରାଧିକା ବଲିଉଡରେ ଖୁବ ଲୋକପ୍ରିୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.