Below header

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସ ଭବନରେ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା ।

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସ ଭବନରେ ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା । ଇଷ୍ଟର୍ଣ୍ଣ ରିଜନର ଏସଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ବିଶେଷ ଭାବେ ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କଳାଧନ ସମ୍ପର୍କିତ ଆଲୋଚନା ହୋଇଛି। ଆଉ ୩ ମାସ ମଧ୍ୟରେ କେନ୍ଦ୍ରକୁ ପରବର୍ତ୍ତୀ ରିପୋର୍ଟ ଦିଆଯିବ। ଏପର୍ଯ୍ୟନ୍ତ କଳାଧନ ସମ୍ପର୍କିତ ୮ଟି ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିଛନ୍ତି SIT । ବୈଠକରେ ସିବିଆଇ, କଷ୍ଟମ୍ସ, ଅବକାରୀ, ଆୟକର ବିଭାଗର ଉଚ୍ଚ ପଦାଧିକାରୀ ଯୋଗଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.