Below header

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର, ଆଜି ଦେବ ନିମନ୍ତ୍ରଣ

ସମ୍ବଲପୁର(କେନ୍ୟୁଜ୍) : ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ସରିଲା ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି । ଆଜି ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ । ଆସନ୍ତା ୭ ତାରିଖରେ ଲୋକାଚାରରେ ଦେବ ଦେବ ମହାଦେବଙ୍କ ମାତା ପାର୍ବତୀଙ୍କ ସହ ବିବାହ ସଂପନ୍ନ ହେବ । ଗତକାଲି ବମବରାଡ଼ ବାବା ବାଲୁଙ୍କେଶ୍ୱର ଓ ଜଗତଜଗନୀ ମାଆ ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ ପାଇଁ ସାରା ସହର ଉତ୍ସବମୁଖରିତ ହୋଇଉଠିଥିଲା । ପତରପେଣ୍ଡି ପାଇଁ ଦଳେଇପଡ଼ାରେ କନ୍ୟାପିତା ପ୍ରକାଶ ପାଣ୍ଡେଙ୍କ ଘରେ ପହଞ୍ଚିଥିଲେ ସପ୍ତଋଷି । ପତରପେଣ୍ଡି ସହ ବିବାହର ତାରିଖ ନିର୍ଘଣ୍ଟ କରାଯାଇଛି। ଆସନ୍ତା ୭ତାରିଖରେ ମହାଦେବଙ୍କ ବିବାହ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.