Below header

ବସ୍ତି ଉଚ୍ଛେଦ ବେଳେ ପୋଲିସ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଲେ ବସ୍ତିବାସିନ୍ଦା, ୨ ଆହତ

ଭୁବନେଶ୍ୱର: ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା। ଭୁବନେଶ୍ୱର ଆଇଗିଣିଆସ୍ଥିତ ସୁବାସ ନଗର ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ବସ୍ତିବସିନ୍ଦା ବିରୋଧ କରିଥିଲେ। ତେବେ ଏହି ଉତ୍ତେଜନା ବେଳେ ସ୍ଥାନୀୟ ଲୋକମାନେ ପୋଲିସ ଉପରକୁ ଜଳନ୍ତା ଟାୟାର ଫୋପାଡିଥିଲେ। ଫଳରେ ଦୁଇ ପୋଲିସ କନଷ୍ଟେବଳ ପୋଡି ହେଇ ସାମାନ୍ୟ ଆହତ ହୋଇଛନ୍ତି । ଆହତ କନଷ୍ଟେବଳ ଦୁହେଁ ହେଲେ ଅମରେଶ ସାହୁ ଓ ଜିତେନ୍ଦ୍ର ଗୋଛି।

ମିଳିଥିବା ସୂଚନାନୁସାରେ, ଆଜି ବିଏମସି ପକ୍ଷରୁ ଆଇଗିଣିଆସ୍ଥିତ ସୁବାସ ନଗର ବସ୍ତି ଉଚ୍ଛେଦ ହୋଇଥିଲା। ଏହାକୁ ତୀବ୍ର ବିରୋଧ କରିଥିଲେ ବସ୍ତି ବାସିନ୍ଦା। ପାଖାପାଖି ଘଣ୍ଟାଏ ଧରି ସୁବାସ ନଗର ବସ୍ତି ବାସିନ୍ଦା ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଶହଶହ ଗାଡି ରାସ୍ତାରେ ଅଟକି ରହିଥିଲା। ଆଇଗିଣିଆ ଛକରେ ପ୍ରାୟ ୫୦ଟି ଦୋକାନ ଭାଙ୍ଗିଛି ବିଏମସି। ଅନ୍ୟପଟେ ବିନା ନୋଟିସ୍‌ରେ ଦୋକାନ ଭଙ୍ଗାଯାଇଥିବା ଦୋକାନୀ ଅଭିଯୋଗ କରିଛନ୍ତି। ପୋଲିସ ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.