କରଂଜିଆ: ଝଗଡାନାଳ ନିକଟରେ ସଡ଼କ ଦୁର୍ଘଟଣା, ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡ଼ିରେ ଆହତଙ୍କୁ ବୋହିଲେ ଯୁବକ

କରଂଜିଆ(କେନ୍ୟୁଜ୍):  ଝଗଡାନାଳ ନିକଟରେ ଦୁର୍ଘଟଣା। ରାସ୍ତାରୁ ତଳକୁ ଖସିଲା ମେକ୍ସିମା ଗାଡ଼ି । ଦୁର୍ଘଟଣାରେ ୪ ଆହତଙ୍କୁ  କରଂଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ତେବେ ଏହି ଦୁର୍ଘଟଣା ସମୟରେ ସାମ୍ନା ପଟୁ ଯାଉଥିବା ଅନ୍ୟ ଏକ ଗାଡିର କିଛି ଯୁବକ ଦେଖାଇଛନ୍ତି ମାନବିକତା।

ଆମ୍ବୁଲାନ୍ସକୁ ଫୋନ କରିବା ଜାଗାରେ ନିଜେ ସମସ୍ତ ଆହତ ମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ନିଜ ଗାଡ଼ିରେ ଆଣି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।  ଆହତ ମାନଙ୍କ ମଧ୍ୟରେ ଦୁଇଜଣ ଠାକୁରମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଦୁଇଜଣ କରଂଜିଆ ବ୍ଲକ ସରାସପୋଷି ଗ୍ରାମର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.