Below header

ସମ୍ପତି ପାଇଁ ବଡ଼ ଭାଇ ଓ ଭାଉଜକୁ ହତ୍ୟା କଲା ସାନ ଭାଇ, ୩ମାସ ଆଗରୁ କରିଥିଲା ଯୋଜନା

ଗତ ବୁଧବାର ବଡ଼ ଭାଇ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତୀ ବେହେରାଙ୍କୁ ସେମାନଙ୍କ ଫାର୍ମ ନିକଟରେ ଅତି ନୃଶଂସ ଭାବେ ଗଲାକାଟି ହତ୍ୟା କରିଥିଲା ସାନଭାଇ ଓ ତା ସହଯୋଗୀ। ଆଜି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ତଦନ୍ତ କରିଛି।

ସୋର(କେନ୍ୟୁଜ୍): ବାଲେଶ୍ୱର ସୋର ଥାନା ସବିରା ଗାଁ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ। ସଂପତି ପାଇଁ ବଡ଼ ଭାଇ ଓ ଭାଉଜକୁ ହତ୍ୟା କଲା ସାନ ଭାଇ। ଜମି ଦଖଲକୁ ନେଇ ଅସନ୍ତୁଷ୍ଟ ଥିଲା ସାନ ଭାଇ ମଧୁସୂଦନ ବେହେରା। ଭାଇଭାଉଜଙ୍କୁ ହତ୍ୟା କରିବାକୁ ୩ମାସ ଆଗରୁ ଯୋଜନା କରିଥିଲା ମଧୁସୂଦନ ।

ଗତ ବୁଧବାର ବଡ଼ ଭାଇ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତୀ ବେହେରାଙ୍କୁ ସେମାନଙ୍କ ଫାର୍ମ ନିକଟରେ ଅତି ନୃଶଂସ ଭାବେ ଗଲାକାଟି ହତ୍ୟା କରିଥିଲା ସାନଭାଇ ଓ ତା ସହଯୋଗୀ। ଆଜି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ତଦନ୍ତ କରିଛି। ହତ୍ୟାକାଣ୍ଡସ୍ଥଳର ଶହେ ମିଟର ଦୂର ପୋଖରୀରୁ ଖଣ୍ଡା, ଏସିଡ ବୋତଲ ଓ ବୁଦା ମଧ୍ୟରୁ ଏକ ଛୁରୀ ଜବତ କରିଛି ପୋଲିସ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.