Below header

ମଦୁଆ ସ୍ବାମୀର ବର୍ବରକାଣ୍ଡ, ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାଡ଼ ମାରି ଜିଭ ଓ ଚୁଟି କାଟିଲା

କାଠ ଫାଳିଆ ମାଡରେ ଅନିତା ବେହେସ ହେବା ପରେ ଜିଭ ଓ ମୁଣ୍ଡର ଚୁଟି କାଟି ଦେଇଥିଲା। ବିରୁପାକ୍ଷ୍ୟଙ୍କ ପୁଅ ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଜଣେଇବା ପରେ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ପରିବାର ଲୋକ

ବାଲିଗୁଡ଼ା(କେନ୍ୟୁଜ୍): ମଦ୍ୟପ ସ୍ୱାମୀର ବର୍ବରତା । ମଦ ପିଇ ନିଜ ସ୍ତ୍ରୀର ଜିଭ ଓ ଚୁଟି କାଟିଲା ନୃଶଂସ ସ୍ୱାମୀ। ଧାରୁଆ ଅସ୍ତ୍ରରେ ମୁହଁକୁ ଆକ୍ରମଣ ସହ କାଠ ଫାଳିଆରେ ଲହୁ ଲୁହାଣ କଲା ମଦ୍ୟପ ସ୍ୱାମୀ।  ଘଟଣା ଘଟିଛି ବାଲିଗୁଡା ଥାନା କାମ୍ପଡା ଅଂଚଳରେ। କାମ୍ପଡାର ବିରୁପାକ୍ଷ୍ୟ ଦିଗାଲ ନିଜ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ କ୍ରୋଧନିତ୍ୱ ହୋଇ ଜିଭ କାଟି ଦେଇଥିବା ପୀଡିତା ସ୍ତ୍ରୀ ଅନିତା ଅଭିଯୋଗ କରିଛନ୍ତି। ଘରେ ନିଜ ପୁଅ ସହ ଥିବା ବେଳେ କାଠ ଫାଳିଆରେ ଆକ୍ରମଣ କରିଥିଲା ମଦ୍ୟପ ବିରୁପାକ୍ଷ୍ୟ।

କାଠ ଫାଳିଆ ମାଡରେ ଅନିତା ବେହେସ ହେବା ପରେ ଜିଭ ଓ ମୁଣ୍ଡର ଚୁଟି କାଟି ଦେଇଥିଲା। ବିରୁପାକ୍ଷ୍ୟଙ୍କ ପୁଅ ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଜଣେଇବା ପରେ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ପରିବାର ଲୋକ।  ଏ ନେଇ ବାଲିଗୁଡା ଥାନାରେ ପୀଡିତା ଅଭିଯୋଗ କରିବା ପରେ ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.