ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କଲା ଯାଜପୁର ପୋଲିସ୍‌

ଗିରଫ ୪ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଦେବାଦେବୀଙ୍କର ୩୧ଟି ମୂଲ୍ୟବାନ ଅଷ୍ଟଧାତୁ ଓ ପିତ୍ତଳ ମୂର୍ତ୍ତି ଜବତ କରାଯାଇଛି।

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ୪ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କଲା ଯାଜପୁର ପୋଲିସ୍‌ । ଗିରଫ ୪ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଦେବାଦେବୀଙ୍କର ୩୧ଟି ମୂଲ୍ୟବାନ ଅଷ୍ଟଧାତୁ ଓ ପିତ୍ତଳ ମୂର୍ତ୍ତି ଜବତ କରାଯାଇଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଚୋରିରେ ବ୍ୟବହୃତ ସାମଗ୍ରୀ ସହ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ।

jajpur

ଗତ କିଛିଦିନ ତଳେ ଜିଲ୍ଲାର ଜେନାପୁର ଥାନା କୃଷ୍ଣଚନ୍ଦ୍ରପୁର ମନ୍ଦିର, ଯାଜପୁର ଟାଉନ୍‌ ଥାନା ରଘୁନାଥଜୀଉ ମନ୍ଦିର ଏବଂ ଧର୍ମଶାଳା ଥାନା ଅଞ୍ଚଳରେ କିଛି ମନ୍ଦିରରୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଯାଜପୁର ଏସ୍‌ପି ବିନୀତ ଅଗ୍ରୱାଲଙ୍କ ତତ୍ୱାବଧାନରେ ପୋଲିସ ଏହାର ତଦନ୍ତ ଜାରି ରଖିଥିଲା । ତେବେ ଆଜି ଏହି ଘଟଣାରେ ସମ୍ପୃକ୍ତ ଏକ ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛିa

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.