Below header

ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଜେନାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍‌, ଟେରା ହୋଇଗଲା ଭିଜିଲାନ୍ସ

କେନ୍ଦୁଝରରେ ୩ଟି ବିଲଡିଂ ଓ ପ୍ରାଇମ୍‌ ଲୋକେସନରେ ଅଛି ୫ଟି ପ୍ଲଟ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଉମେଶ ଚନ୍ଦ୍ର ଜେନାଙ୍କ ଘର ଓ ଅଫିସ ସମେତ ଏକକାଳୀନ ୧୩ଟି ସ୍ଥାନରେ ରେଡ୍‌ ହୋଇଛି । ଭୁବନେଶ୍ୱରରେ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଥିବା ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍‌ । ପାଖାପାଖି ନଗଦ କୋଟିଏ ଟଙ୍କା ଜବତ ହୋଇଛି । ଟଙ୍କା ବିଡ଼ା ଦେଖି ତାଜୁବ ଭିଜିଲାନ୍ସ ଟିମ୍‌ । ୬୫୦ ଗ୍ରାମ୍‌ ସୁନା ଗହଣା ଜବତ ହୋଇଛି । ଭୁବନେଶ୍ୱରରେ ଗୋଟିଏ ବହୁତଳ କୋଠା ରହିଛି ।

କେନ୍ଦୁଝରରେ ୩ଟି ବିଲଡିଂ ଓ ପ୍ରାଇମ୍‌ ଲୋକେସନରେ ଅଛି ୫ଟି ପ୍ଲଟ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଉମେଶ ଚନ୍ଦ୍ର ଜେନାଙ୍କ ଘର ଓ ଅଫିସ ସମେତ ଏକକାଳୀନ ୧୩ଟି ସ୍ଥାନରେ ରେଡ୍‌ ହୋଇଛି । ଭୁବନେଶ୍ୱରରେ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କେନ୍ଦୁଝର ଜିଲ୍ଲାର ଶିରିଶପାଳରେ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ବି ପଞ୍ଝା ମାରିଛି ଭିଜିଲାନ୍ସ । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଚାଲିଛି । ରେଡ୍‌ ସରିବା ପରେ ଜଣା ପଡ଼ିବ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଜେନା କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.