ହୋଲିରେ ଘରକୁ ଆସିବା ପାଇଁ କରିଛନ୍ତି କି ଟ୍ରେନ୍‌ ଟିକେଟ, ଜାଣନ୍ତୁ କେଉଁ ଟ୍ରେନକୁ ରଦ୍ଦ କଲା ରେଲୱେ

ରେଲୱେ କେତେବେଳେ ଚଳନ୍ତା ଟ୍ରେନକୁ କ୍ୟାନ୍ସଲ କରିଦିଏ ତ କେତେବେଳେ ରିସିଡ୍ୟୁଲ କରିଦିଏ । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରିବାକୁ ଭାବୁଛନ୍ତି ତାହେଲେ ପ୍ରଥମେ ଟ୍ରେନର ଷ୍ଟାଟସ ଜାଣିନିଅନ୍ତୁ ।

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ରେଲୱେ ନୂଆ ନୂଆ ନିୟମ ଲାଗୁ କରିଥାଏ । ରେଲୱେ କେତେବେଳେ ଚଳନ୍ତା ଟ୍ରେନକୁ କ୍ୟାନ୍ସଲ କରିଦିଏ ତ କେତେବେଳେ ରିସିଡ୍ୟୁଲ କରିଦିଏ । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରିବାକୁ ଭାବୁଛନ୍ତି ତାହେଲେ ପ୍ରଥମେ ଟ୍ରେନର ଷ୍ଟାଟସ ଜାଣିନିଅନ୍ତୁ । ରେଲୱେ ୩୪୯ ଟ୍ରେନକୁ ରଦ୍ଦ କରିଦେଇଛି । ଆଜି ଆମେ ଆପଣଙ୍କୁ ବତାଇବୁ କେତେଟା ଟ୍ରେନକୁ ରଦ୍ଦ କରାଯାଇଛି ଏବଂ କେତେବେଳେ ଏହାର ସମୟକୁ ପରିବର୍ତ୍ତନ କରାଯାଇଛି ।

ରେଲେଓ୍ଵ ଆଜି ୩୪୯ ଟ୍ରେନକୁ ରଦ୍ଦ କରାଯାଇଛି । ଯେଉଁଥିରୁ ୨୯୬ ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ରଦ୍ଦ ହୋଇଯାଇଛି । ଯଦିଓ ୫୩ ଟ୍ରେନକୁ ରଦ୍ଦ କରାଯାଇଛି । ୨୯ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି ଏବଂ ୪୨ ଟ୍ରେନକୁ ଡାଇଭର୍ଟ କରାଯାଇଛି । ଏହି ସବୁ ଟ୍ରେନ ଆଜି ନିଜର ସମୟ ଠାରୁ ଅଲଗା ଚାଲିବେ ଏବଂ ନିଜ ରୁଟରୁ ଅଲଗା ଚାଲିବ ।

ରେଲୱେ ଦିଲ୍ଲୀ ସରାୟ ରୋହିଲ୍ଲା-ଫରୁଖନଗର ମଧ୍ୟରେ ଚାଲୁଥିବା ଟ୍ରେନ ପ୍ରୟାଗରାଜ ସଙ୍ଗମ ଠାରୁ ଅଯୋଧ୍ୟା କ୍ୟାଣ୍ଟ ଭିତରେ ଚାଲୁଥିବା ପାସେଞ୍ଜର ଟ୍ରେନ, ଅମୃତସର ଜଙ୍କସନ ଠାରୁ କୋଲକାତା ଟର୍ମିନାଲ ଭିତରେ ଚାଲୁଥିବା ଦୁର୍ଗିୟାନା ଏକ୍ସପ୍ରେସ, ଛପରା ମଧ୍ୟରେ ଚାଲୁଥିବା ଏକ୍ସପ୍ରେସ, ଚନ୍ଦରପୁର ଠାରୁ ହାଓ୍ଵଡା ଜଙ୍କସନ ଆସୁଥିବା ହାଓ୍ଵଡା ଲୋକାଲ ଏବଂ ଗୋରଖପୁର ଠାରୁ ବାରଣାସୀ ଆସୁଥିବା ମେଲ ଏକ୍ସପ୍ରେସ ଟ୍ରେନ । ଏହି ସମସ୍ତ ଟ୍ରେନକୁ ରେଳ ରଦ୍ଦ କରିଦେଇଛି ।

ତେବେ ଯଦି ଆପଣ ଟ୍ରେନର କରେଣ୍ଟ ଷ୍ଟାଟସକୁ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏହାର ଚେକ କରିପାରିବେ । ଚେକ କରିବା ପାଇଁ ଆପଣଙ୍କୁ ରେଲୱେର େଓ୍ଵବସାଇଟ enquiry.indianrail.gov.in ରେ କିମ୍ବା ଆଇଆରସିଟିସିର େଓ୍ଵବସାଇଟ ଲିଙ୍କ୍‌ www.irctchelp.in/cancelled -trains-list/#list2 କୁ ଯାଇ ଆପଣ ନିଜର ଷ୍ଟାଟସକୁ ଚେକ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.