Below header

ମିଳିତ ଭାବେ ରେଡ୍‌ କରିବେ ପୋଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲର: କୋଭିଡ୍‌ ଔଷଧ ଏବଂ ଅନ୍ୟ ଜରୁରୀ ସାମଗ୍ରୀର କଳାବଜାର ରୋକିବାକୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

କେନ୍ଯୁଜ୍: କୋଭିଡ୍‌ ଔଷଧ ଏବଂ ଏସମ୍ପର୍କିତ ଅନ୍ୟ ଜରୁରୀ ସାମଗ୍ରୀର କଳାବଜାର ରୋକିବାକୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ପୋଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲର ଉଭୟ ମିଳିତ ଭାବେ ରେଡ୍‌ କରିବେ । ଜଏଣ୍ଟ ଫ୍ଲାଇଂ ସ୍କ୍ଵାଡ୍‌, ସର୍ଭିଲାନ୍‌ସ ଟିମ୍‌, କ୍ରାଇମ୍‌ ବ୍ରାଞ୍ଚରେ ସ୍ପେସାଲ ଟାକ୍‌ସ ଫୋର୍ସ ଏହି ଯୁଗ୍ମ ଅପରେସନରେ କାମ କରିବେ ।

କ୍ରାଇମ୍‌ବ୍ରାଞ୍ଚ ADGଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଔଷଧ କଳାବଜାରୀ ରୋକିବା ପାଇଁ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି । କମିଟିର ଅଧ୍ୟକ୍ଷ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କଳାବଜାରୀ ରୋକିବାକୁ ରାଜ୍ୟବ୍ୟାପୀ ଯାଞ୍ଚ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.