ଆଜିଠୁ ଶ୍ରୀମନ୍ଦିରରେ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ ପାଇଁ କଡା କଟକଣା: ଏଣିକି ବାହାର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ମାସ୍କ ନଥିଲେ ଅର୍ଥ ଦଣ୍ଡ ବ୍ୟବସ୍ଥା

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କଟକଣା । କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣପାଇଁ ପ୍ରାଶସନ ଜାରି କରିଛି SOP । SOP ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ରହିଛି । ଏଣିକି ବାହାର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତେ ମାସ୍କ ପିନ୍ଧିବେ । ମାସ୍କ ନଥିଲେ ଅର୍ଥ ଦଣ୍ଡ ବ୍ୟବସ୍ଥା ରହିଛି ।

ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ୯୬ ଘଣ୍ଟ ଭିତରେ ଅର୍ଥାତ ଚାରିଦିନ ଭିିତରେ କରାଇଥିବା କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଧରି ଆସିବା ସହ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଦୁଇଟି ପର୍ଯ୍ୟାୟ ଟିକାକରଣ ନେଇଥିବେ, ସେମାନେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ମନ୍ଦିର ଯାଇପାରିବେ । ଶ୍ରୀମନ୍ଦିର ଭିତରେ ତିନିଟି ଟିମ୍‌ କୋଭିଡ ଗାଇଡଲାଇନ୍‌ କିଭଳି ଅନୁପାଳନ କରିହେବ, ସେନେଇ ଅନୁଧ୍ୟାନ କରିବେ ।

ମନ୍ଦିର ଭିତରେ ଦୀପ ଜଳାଇ ପାରିବେନି । ଶ୍ରୀମନ୍ଦିର ଭିତରକୁ ପଲିଥିନ ଛଡାଯିବନି । ଦେବାଦେବୀଙ୍କୁ ଛୁଇଁ ପାରିବେନି ଭକ୍ତ । ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ଭକ୍ତ । ଆଜି ସକାଳୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସାମନାରେ ଡ୍ରିଲ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶାନ୍ତି ଶୃଙ୍ଖଳା, କୋଭିଡ SOP ସୁନିଶ୍ଚିତ କରିବା ଓ ଦଣ୍ଡ ବ୍ୟବସ୍ଥା ଉପରେ ଜୋର ଦିଆଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.