Below header

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶେଷ ହେଲା ସମୀକ୍ଷା ବୈଠକ, ମାର୍ଚ୍ଚ ମାସରୁ ଆରମ୍ଭ ହେବ ମା’ ମହାଲକ୍ଷ୍ମୀ ମନ୍ଦିରର ନିର୍ମାଣ କାର୍ଯ୍ୟ

ପୁରୀ(କେ ନ୍ୟୁଜ): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଶେଷ ହୋଇଛି । ଜୁନ୍‌ ଶେଷ ସୁଦ୍ଧା ଶେଷ ହେବ ମେଘନାଦ ପାଚେରୀ ଡିପ୍ଲାଷ୍ଟରିଂ କାମ । ମାର୍ଚ୍ଚ ମାସରୁ ଆରମ୍ଭ ହେବ ମା’ ମହାଲକ୍ଷ୍ମୀ ମନ୍ଦିରର ନିର୍ମାଣ କାର୍ଯ୍ୟ । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ୮୦ ଲକ୍ଷ ବ୍ୟୟରେ କରିବ ସିସିଟିଭି ସଂସ୍ଥାପନ ।

ଶ୍ରୀମନ୍ଦିର ପାରିପାର୍ଶ୍ଵିକ ଉନ୍ନତି ଓ ଭିତର ବେଢା ପରିଷ୍କାର ପରିଛନ୍ନତାକୁ ନେଇ ଆଲୋଚନା ଶେଷ ହୋଇଛି । ୧୨ଟି ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଛି । ସପ୍ତାହର ପ୍ରତି ମଙ୍ଗଳବାର ସମୀକ୍ଷା ବୈଠକ ହେବ ବୋଲି ସୂଚନା ମିଳିଛି । ମଙ୍ଗଳବାର ଛୁଟି ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସ ଦିନ ବୈଠକ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.