Below header

ଗଛ ଉପରେ ପ୍ୟାଣ୍ଟ ସାର୍ଟ ପୋଖରୀ ଭିତରେ ମୃତଦେହ ଘଟଣା କଣ ?

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ଗ୍ରାମର ଏକ ପୋଖରୀରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଗୋରାସ ପଞ୍ଚାୟତ କୁଚେଇବେଡା ରଙ୍ଗଢିପା ସାହିର ବାସୁ ମୁଣ୍ଡା ବୋଲି ଜଣାପଡିଛି । ସେ ଶୁକ୍ରବାର ରାତିରୁ ନିଖୋଜ ଥିଲେ । ଗୋରାସ ଗ୍ରାମର ଯାତ୍ରାଶାଳ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଗ୍ରାମର କିଛି ଲୋକ ପୋଖରୀ ରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୋଖରୀ ଭିତରୁ ଶବକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଖରୀ ନିକଟ ଏକ ଗଛରେ ମୃତ ଯୁବକର ପ୍ୟାଣ୍ଟ ସାର୍ଟ ଟଙ୍ଗା ହୋଇଥିବା ବେଳେ ଯୁବକ ମୃତ୍ୟୁ କିପରି ଘଟିଲା ସେନେଇ ପୋଲିସ ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.