୮୦ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦେଖି ବୃଦ୍ଧଙ୍କର ବଢ଼ିଗଲା ବ୍ଲଡ୍‌ ପ୍ରେସର, ହସ୍ପିଟାଲରେ କରାଇବାକୁ ପଡ଼ିଲା ଆଡ୍‌ମିଟ

ମହାରାଷ୍ଟ୍ରର ନାଲାସୋପାରା ଅଞ୍ଚଳରେ ଜଣେ ବୃଦ୍ଧଙ୍କ ପାଖକୁ ୮୦ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିଛି। ଏହି ବିଲ୍‌କୁ ଦେଖିବା ପରେ ୮୦ ବର୍ଷୀୟ ଗଣପତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଛି। ତେବେ ଏହାରି ଭିତରେ ବିଦ୍ୟୁତ୍‌ କମ୍ପାନୀ କହିଛି ଯେ ବିଲ୍‌ରେ କ୍ଲରିକାଲ୍‌ ଭୁଲ୍‌ ହୋଇଛି।

ଖବରରୁ ଜଣାପଡ଼ିଛି, ଗଣପତଙ୍କର ଏକ ଚାଉଳ କଳ ରହିଛି। ସେ ଜଣେ ହାର୍ଟ ରୋଗୀ। ଯେତେବେଳେ ତାଙ୍କୁ ୮୦ କୋଟିର ବିଦ୍ୟୁତ୍ ବିଲ୍‌ ମିଳିଥିଲା, ତ ଏହାକୁ ଦେଖି ହଠାତ୍‌ ତାଙ୍କର ବ୍ଲଡ୍‌ ପ୍ରେସର ବଢ଼ିଯାଇଥିଲା, ଯାହାଫଳରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା। ଗଣପତ ନାୟକଙ୍କ ନାତି ନୀରଜ କହିଛନ୍ତି, ବିଲ୍‌ ଦେଖି ପ୍ରଥମେ ଆମକୁ ଲାଗିଥିଲା ଯେ ବିଦ୍ୟୁତ୍‌ ବାଲା ପୂରା ଅଞ୍ଚଳର ବିଲ୍‌ ପଠାଇ ଦେଇଛନ୍ତି। କିନ୍ତୁ ଯାଞ୍ଚ ପରେ ଏହା କେବଳ ଆମ ବିଲ୍‌ ବୋଲି ଜାଣିବାକୁ ପାଇଥିଲୁ।

ମହାରାଷ୍ଟ୍ର ଷ୍ଟେଟ୍‌ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁଶନ କମ୍ପାନୀ ଲିମିଟେଡ୍‌(MSEDCL) କହିଛି, ଏହି ତ୍ରୁଟି ଅଜାଣତରେ ହୋଇଥିଲା, ଏହାକୁ ଜଲ୍‌ଦି ହିଁ ଠିକ୍‌ କରାଯାଇଛି। MSEDCL ସ୍ପଷ୍ଟ କରିଛି କି, ମିଟର ରିଡିଙ୍ଗ୍‌ ନେଉଥିବା ଏଜେନ୍ସି ପଟେ ଭୁଲ୍‌ ଥିଲା। ଏଜେନ୍ସି ୬ ଅଙ୍କ ଜାଗାରେ ୯ ଅଙ୍କର ବିଲ୍‌ ବନାଇ ଦେଇଥିଲା। ଭୁଲ୍‌କୁ ସୁଧାରିବା ପାଇଁ ଆମେ ନୂଆ ବିଲ୍‌ ଜାରି କରିଛୁ। ସେପଟେ ବିଦ୍ୟୁତ୍‌ ବୋର୍ଡ ଅଧିକାରୀ କହିଥିଲେ, ତ୍ରୁଟି ସୁଧାରିବା ପରେ ବିଦ୍ୟୁତ୍‌ କମ୍ପାନୀ ଗଣପତ ନାୟକଙ୍କୁ ନୂଆ ବିଲ୍‌ ଦେଇଛି। ତାଙ୍କ ବିଲ୍‌ ୬ ଅଙ୍କରେ ରହିଛି ଏବଂ ସେ ଏବେ ନିଜ ବିଲ୍‌କୁ ନେଇ ସନ୍ତୁଷ୍ଟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.