Below header

ବରମୁଣ୍ଡାରେ ହେବ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌, ଟେଣ୍ଡରକୁ ମିଳିଲା ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ବର(କେନ୍ୟୁଜ୍): ବଦଳିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଚିତ୍ର। ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ପାଇଁ ଟେଣ୍ଡରକୁ ମିଳିଲା ରାଜ୍ୟ କ୍ୟାବିନେଟର ଅନୁମୋଦନ। ନିର୍ମାଣ ହେବ ଗୋଟିଏ ବସ୍‌ ଟର୍ମିନାଲ। ଖର୍ଚ୍ଚ ହେବ ୧୬୦ କୋଟି ୬୬ ଲକ୍ଷ ଟଙ୍କା। ୨ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ ହେବ। ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ୧୬୦କୋଟି ଟଙ୍କା ଖର୍ଚ୍ଚ ହେବ । ବିଡିଏର ତଦାରଖରେ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ୍‌ ଏଣ୍ଡ ରୁଫ୍‌ ନିର୍ମାଣ କରିବ। ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ ସଂପୃକ୍ତ ସଂସ୍ଥା। ଏହି ଟର୍ମିନାଲରେ ୩୫ଟି ବସ୍‌ ବେ ଓ ୧୯୦ଟି ବସ୍‌ ପାର୍କିଂ କରାଯାଇପାରିବ। ୨୫୦ଟି ଚାରି ଚକିଆ ଯାନ ପାର୍କିଂ କରାଯାଇପାରିବ। ୧୭ ଏକର ଜାଗାରେ ନିର୍ମାଣ ହେବ ବସ୍‌ଷ୍ଟାଣ୍ଡ । ବରମୁଣ୍ଡାରେ ଥିବା ସରକାରୀ ବସ୍‌ ଡିପୋକୁ ଖଣ୍ଡଗିରିକୁ ସ୍ଥାନାନ୍ତର କରାଯିବ। ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.