ଜାଣନ୍ତୁ ଭଜା ରସୁଣର ୫ଟି ଆଶ୍ଚର୍ଯ୍ୟଜନକ ଫାଇଦା

ରସୁଣ, ଏପରି ଏକ ମସଲା ଜାତୀୟ ଖାଦ୍ୟ, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ଦୁଇଗୁଣା କରିଦେଇଥାଏ। ତରକାରୀ ଛୁଙ୍କ କରିବା ବେଳେ ଦୁଇ କୋଲା ରସୁଣ ପକାଇଦେଲେ, ତରକାରୀର ବାସ୍ନା ହିଁ କିଛି ଅଲଗା ହୋଇଯାଏ। କେବଳ ରୋଷେଇ ନୁହେଁ, ରସୁଣର ରହିଛି ଅନେକ ଲାଭକାରୀ ଫାଇଦା। ଏହା ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ଆଜି ଆମେ ଆପଣଙ୍କୁ ରସୁଣର କିଛି ଉପକାରିତା ବିଷୟରେ ଜଣାଇବାକୁ ଯାଉଛୁ। ରସୁଣ ଖାଇଲେ, କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ, ତାହା ଆସନ୍ତୁ ଜାଣିବା।

-ଯଦି ଆପଣ କଞ୍ଚା ରସୁଣକୁ ସୋରିଷ ତେଲରେ ଭାଜିକି ଖାଇବେ, ଏହା ପେଟ ପାଇଁ ରାମବାଣ ହୋଇଥାଏ।

-ବିଷାକ୍ତ ପଦାର୍ଥକୁ ନଷ୍ଟ କରିବା ପାଇଁ ଭଜା ରସୁଣ ଲାଭଦାୟକ ହୋଇଥାଏ।

-ଯଦି ଆପଣ ଶ୍ୱାସରୋଗରେ ପୀଡ଼ିତ, ଭଜା ରସୁଣ ଖାଆନ୍ତୁ।

-ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ, ଆପଣ ରସୁଣ ପେସି ସେହି ଜାଗାରେ ଲଗାଇ ପାରିବେ।

-କ୍ୟାନସରରୁ ମୁକ୍ତି ପାଇବା ପାଇଁ ରସୁଣ ବିଭିନ୍ନ ଉପାୟରେ ଲାଭକାରୀ ହୋଇଥାଏ।