ଦେଶର ଏପରି ଏକ ଜେଲ ଯେଉଁଠି ରହିଛି ଘର-ଗୃହସ୍ଥିର ସୁଖ, ବାହାରକୁ ଯିବା ଆସିବାରେ ମଧ୍ୟ ଲାଗେନାହିଁ ରୋକ
ଲୋକମାନେ ନିଜ ଜୀବନକାଳ ମଧ୍ୟରେ ଅନେକ ଭଲ ଓ ଖରାପ କାମ କରିଥାନ୍ତି । ଶାନ୍ତିରେ ଜୀବବନଯାପନ କରିବା ପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାର ବୃତ୍ତି ମଧ୍ୟ ଆପଣେଇଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ଚାକିରୀ କରିବାକୁ ପଡିଥାଏ କିମ୍ବା ନିଜ ନିଜର କୌଳିକ ବୃତ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ରୋଜଗାର କରିବା ପାଇଁ ଖରାପ ବାଟକୁ ଆପଣେଇ ନେଇଥାନ୍ତି । ଏହାଦ୍ୱାରା ସେମାନେ ଚୋରି କରିବା, ହତ୍ୟା କରିବା ଭଳି ଅପରାଧମୂଳକ କାର୍ଯ୍ୟ ମଧ୍ୟ କରିଥାନ୍ତି । ସାଧାରଣତଃ ପ୍ରତ୍ୟେକ ଦେଶରେ ଏହିଭଳି ଅପରାଧୀ ମାନଙ୍କ ପାଇଁ କିଛି ନିୟମ ବା କାନୁନର ବ୍ୟବସ୍ଥା କରାଯାଇଥାଏ ଓ ଏଥିପାଇଁ ସେମାନଙ୍କୁ ଜେଲର ଚାରିକାନ୍ଥ ମଧ୍ୟରେ ରହିବାକୁ ପଡିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତରେ ଏପରି ଏକ ଜେଲ ରହିଛି ଯେଉଁଠି କଏଦୀ ମାନଙ୍କୁ ସବୁପ୍ରକାର ସୁଖ-ସୁବିଧା ଦିଆଯାଇଥାଏ ।
ଭାରତରେ ଅନେକଗୁଡିଏ ଜେଲ ରହିଛି କିନ୍ତୁ ସେଥିମଧ୍ୟରୁ ଇନ୍ଦୋରର ଜେଲ ଅନ୍ୟତମ । ଲୋକମାନେ ଏହାକୁ ଦୁନିଆର ସବୁଠାରୁ ସୁନ୍ଦର ଏବଂ ଆରାମଦାୟକ ଜେଲ ବୋଲି କହିଥାନ୍ତି । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏପରି କଣ ରହିଛି ଏହି ଜେଲରେ ଯେଉଁଥିପାଇଁ ଏହାର ଏତେ ତାରିଫ କରାଯାଉଛି । ଆଜ୍ଞା ହଁ ଏହା ଏକ ଓପନ ଜେଲ ଅଟେ । ଏଠାରେ ଯେଉଁ କଏଦୀମାନଙ୍କୁ ରଖାଯାଇଥାଏ ସେମାନେ ନିଜ ଇଛାରେ ଜେଲର ଭିତରକୁ ଓ ବାହାରକୁ ଯାଇପାରିବେ । ଏହା ଇନ୍ଦୋରର ଅହିଲ୍ୟା ବାଇ ଓପନ କଲୋନୀଠାରେ ଅବସ୍ଥିତ ।
ଏହାସହ ପଢନ୍ତୁ ବାଥରୁମରେ କରୁଛନ୍ତି କି ମୋବାଇଲର ବ୍ୟବହାର ତାହେଲେ ହୋଇଯାଆନ୍ତୁ ସାବଧାନ, ଆପଣ ମଧ୍ୟ ହୋଇପାରନ୍ତି ଏହି ରୋଗରେ ପୀଡିତ
ସାଧାରଣତଃ ଜଣେ ଅପରାଧୀ ଜେଲକୁ ଯିବାପରେ ତାକୁ ସେଠାରେ ଏକୁଟିଆ ରହିବାକୁ ପଡିଥାଏ କାରଣ କେବଳ ସେ ହିଁ ଅପରାଧ କରିଥାଏ । ସେଥିପାଇଁ ସେ ନିଜ ପରିବାରର କୌଣସି ବି ସଦସ୍ୟଙ୍କ ସାଥିରେ ସେଠାରେ ରହିପାରିବେ ନାହିଁ । କିନ୍ତୁ ଏହି ଓପନ ଜେଲରେ ଯେକୌଣସି ଅପରାଧୀ ନିଜ ପରିବାର ସହିତ ରହିପାରିବ ଏବଂ ଏହା ପୁଣି 10 ଜଣଙ୍କ ମଧ୍ୟରେ ସୀମିତ ରଖାଯାଇଛି । ଏହି ଜେଲର ସୁପରିଟେଣ୍ଡେଣ୍ଟ ଅଦିତି ଚତୁର୍ବେଦୀଙ୍କ କହିବା ଅନୁଯାୟୀ, ଏଠାରେ କଏଦୀମାନେ ସକାଳ 8ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବାହାରକୁ ଯାଇପାରିବେ ଏବଂ ଯେକୌଣସି କାମ କରିପାରିବେ । ଏହି ଓପନ ଜେଲରେ ଆପାର୍ଟମେଣ୍ଟ ମଧ୍ୟ ରହିଛି ଏବଂ ପ୍ରତିଟି ଆପାର୍ଟମେଣ୍ଟରେ ଦୁଇଟି ଲେଖାଏଁ ରୁମ ରହିଛି । ସେଥିପାଇଁ ଏହି ଜେଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ ।