Below header

ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକ: ୬ଟି ପ୍ରସ୍ତାବରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର। FPO ପାଇଁ ଆରମ୍ଭ ହେବ ସହାୟତା ପାଣ୍ଠି । ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ କ୍ୟାବିନେଟର ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକ। ପ୍ରଥମ ଥର ଡିଜିଟାଲ ଗଭର୍ଣ୍ଣାନ୍‌ସରେ ଡିଜିଟାଲ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର। FPO ପାଇଁ ଆରମ୍ଭ ହେବ ସହାୟତା ପାଣ୍ଠି । ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ନିର୍ଦ୍ଦେଶାଳୟ ଖୋଲିବ। ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ।

ସେହିପରି ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ । ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ । ସେହିପରି ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ ହେବ ପ୍ରକଳ୍ପ । ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ ମୋହର ଲାଗିଛି ।

ଓଡ଼ିଶା ଠାରୁ ୬ହଜାର କିମି ଦୂରରେ ଜାପାନର କ୍ୟୋଟୋରେ ଥାଇ କ୍ୟାବିନେଟ ମିଟିଂରେ ଯୋଗ ଦେଇଛନ୍ତି। ପ୍ରଥମ ଥର ପାଇଁ ଡିଜିଟାଲ ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ-ଓସୱାନରେ ଡକୁମେଣ୍ଟ ଦସ୍ତଖତ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.