ଶୋଇଥିଲା ବାପା, କୁରାଢ଼ୀରେ ହାଣି ହତ୍ୟା କଲା ପୁଅ; ପୁଣି ସକାଳ ପର୍ଯ୍ୟନ୍ତ ମୃତଦେହ ପାଖରେ ବସି ରହିଲା

ଜମି ବିକ୍ରିକୁ ନେଇ କ୍ରୋଧିତ ପୁଅ କୁରାଢ଼ୀରେ ହାଣି ବାପାକୁ ହତ୍ୟା କରିଛି। ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଉତ୍ତର ପ୍ରଦେଶର ଗୋରଖପୁରରେ ଏହି ଘଟଣା ଘଟିଛି।

ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜମି ବିକ୍ରିକୁ ନେଇ କ୍ରୋଧିତ ପୁଅ କୁରାଢ଼ୀରେ ହାଣି ବାପାକୁ ହତ୍ୟା କରିଛି। ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ପୁଅକୁ ପଚରାଉଚରା କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

କୁହାଯାଉଛି ଯେ ବାପା ଜମି ବିକ୍ରି କରିବାକୁ ନେଇ ପୁଅ ବାପା ଉପରେ କ୍ରୋଧିତ ଥିଲା। ମୃତକଙ୍କ ନାମ ମନୋଜ। ଅଭିଯୁକ୍ତ ଶୁକ୍ରବାର ରାତିରେ ଏହି କାଣ୍ଡ ଘଟାଇଥିବା ପୋଲିସ କହିଛି। ସୂଚନା ଅନୁସାରେ, ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହ ପାଖରେ ସକାଳ ପର୍ଯ୍ୟନ୍ତ ବସି ରହିଥିଲା।

ପୋଲିସ ମୁତାବକ, ମୃତ ମନୋଜ ମଦ୍ୟପାନ କରନ୍ତି। ତାଙ୍କର ଚାରି ସନ୍ତାନ ଅଛନ୍ତି, ତିନି ପୁଅ ଏବଂ ଗୋଟିଏ ଝିଅ। ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ପରିବାରର ସମସ୍ତ ସଦସ୍ୟ ମନୋଜଙ୍କୁ ନେଇ ଚିନ୍ତିତ ଥିଲେ। ସେ ମଦ୍ୟପାନ କରି ଘରର ଜମି ବିକ୍ରି କରୁଥିଲେ। ତାଙ୍କୁ ଏପରି ନ କରିବା ପାଇଁ ଅନେକ ଥର ବାରଣ ମଧ୍ୟ କରାଯାଇଥିଲା, କିନ୍ତୁ ସେ ନିଜ ଜିଦରେ ଅଟଳ ରହିଥିଲେ। ଘରେ ପ୍ରତିଦିନ ଏହାକୁ ନେଇ ଝଗଡ଼ା ହେଉଥିଲା।

ଘଟଣା ଦିନ ମନୋଜ ମଦ ନିଶାରେ ଆସି ଶୋଇଥିବା ବେଳେ ପୁଅ ତାଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ସେପଟେ ଏହି ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.