Below header

୫୦୦ ରୁ ଊର୍ଦ୍ଧ୍ୱ କିସମର ଦେଶୀ ବିଦେଶୀ ଫୁଲ, ଦେଖିବାକୁ ଏକାମ୍ର କାନନରେ ଲୋକଙ୍କ ଭିଡ

ଭଳିକିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ବିଦେଶୀ ଫୁଲ କରୁଛି ଲୋକଙ୍କୁ ଆକର୍ଷିତ । ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଗତକାଲି ଏକାମ୍ରକାନନରେ ଉଦ୍ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ।

ଭୁବନେଶ୍ୱର (କେନ୍ୟୁଜ): ଚାରିଆଡ଼ ଫୁଲର ଭଣ୍ଡାର । ମନକୁ ଯେତିକି ମୋହିତ କରୁଛି ହୃଦୟକୁ ସେତିକି ଶାନ୍ତି ବିଦେଉଛି। ପ୍ରକୃତିର ଅବଦାନ ବି ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ ନିଜର ଉପୋଭୋଗ ପାଇଁ ବିଭିନ୍ନ ଫୁଲ ଗଛ ବାଡି ବଗିଚାରେ ମଧ୍ଯ ଲଗାଇଥାନ୍ତି । ସେଥିରେ ନିଜକୁ ଆନନ୍ଦ ଦେଇଥାନ୍ତି ।

ତେବେ ଭଳି କିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ବିଦେଶୀ ଫୁଲ କରୁଛି ଲୋକଙ୍କୁ ଆକର୍ଷିତ । ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଗତକାଲି ଏକାମ୍ରକାନନରେ ଉଦ୍ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ । ଯେଉଁଠି ଏକାସାଙ୍ଗରେ ପାଇବେ ୫୦୦ ରୁ ଊର୍ଦ୍ଧ୍ୱ କିସମର ଦେଶୀ ବିଦେଶୀ ଫୁଲ ।

କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ କାହାର ବା ମନ ଘଡିଏ ଅଟକି ନଯିବ । ଫୁଲ ପ୍ରକୃତିର ଏକ ସୁନ୍ଦର ଅବଦାନ, ଏମିତି ଏକ ନିଆରା ଫୁଲ ବଗିଚା ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏହା ହେଉଛି ରିଜିଓନାଲ ପ୍ଲାଣ୍ଟ ରିଶୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନ ପାର୍କ ରେ ଆୟୋଜିତ ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ।ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆ ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲତ୍ସବରେ । ଭଳିକିଭଳି ଫୁଲରେ ଝଲସି ଉଠିଛି ଏକାମ୍ର କାନନ। ଫୁଲର ବାସ୍ନାରେ ମହକି ଉଠୁଛି ସାରା ପରିବେଶ । ଛୋଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଇଥିଲେ ଘଡିଏ ପାଇଁ ।

କିଏ ଗୋଲାପ ବଗିଚା ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା ତ ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ ।ସାଧାରଣ ଫୁଲ ଠୁ ନେଇ ବିଦେଶର ଅନେକ ନାମୀଦାମୀ ଫୁଲ ଗୋଟିଏ ଜାଗାରେ ମିଳୁଥିବାରୁ ବେଶ ଖୁସି ଦର୍ଶକ ।

ତେବେ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ମିଳିତ ସହଯୋଗରେ ଆୟୋଜିତ ଏହି ପୁଷ୍ପ ପ୍ରଦର୍ଶନୀ ଗତକାଲି ଉଦଘାଟନ ହେଇଥିବାବେଳେ, ଏହି ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆଜି ଶେଷ ହେବ । ତେବେ ଯାଆନ୍ତୁ ଥରେ ଏହି ସୁନ୍ଦର ପରିବେଶକୁ ଉପଭୋଗ କରି ଆସନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.