ଜଗା ପାଇଁ ତୁଳସୀ ଧରି ସୁଦୂର ଅନୁଗୋଳରୁ ଶ୍ରୀକ୍ଷେତ୍ର ଯାଉଛନ୍ତି ଚିଣ୍ଟୁ ବାବା, ଦୀର୍ଘ ୯ ବର୍ଷ ଧରି କରୁଛନ୍ତି ଏହି କାମ

ଢେଙ୍କାନାଳ ଏକଘରିଆ ଶରଣ ଶ୍ରୀକ୍ଷେତ୍ରର ଚିଣ୍ଟୁ ବାବା ପ୍ରତ୍ୟେକ ଦିନ ଅନୁଗୁଳରୁ ପୁରୀ ଅଭିମୁଖେ ବାହାରନ୍ତି । ରାସ୍ତା ସାରା ଅପେକ୍ଷା କରି ରହିଥାନ୍ତି ଜଗନ୍ନାଥ ଭକ୍ତ । ତୁଳସୀ, ଦୟଣା, ଫୁଲ, ଫଳ, ନଡ଼ିଆ, ଭୋଗ ଯିଏ ଯାହା ପାରନ୍ତି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି ।

ସୂର୍ଯ୍ୟ ଉଇଁବା ପୂର୍ବରୁ ଗାଡ଼ି ଧରି ଜଣେ ବ୍ୟକ୍ତି ବାହାରିଛନ୍ତି ଶ୍ରୀକ୍ଷେତ୍ର । ନିଜକୁ ମହାପ୍ରଭୁଙ୍କର ଦାସ କହି ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତିି । ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ଚିଣ୍ଟୁ ବାବା ବୋଲି ଡାକନ୍ତି । ଢେଙ୍କାନାଳ ଏକଘରିଆ ଶରଣ ଶ୍ରୀକ୍ଷେତ୍ରର ଚିଣ୍ଟୁ ବାବା ପ୍ରତ୍ୟେକ ଦିନ ଅନୁଗୁଳରୁ ପୁରୀ ଅଭିମୁଖେ ବାହାରନ୍ତି । ରାସ୍ତା ସାରା ଅପେକ୍ଷା କରି ରହିଥାନ୍ତି ଜଗନ୍ନାଥ ଭକ୍ତ । ତୁଳସୀ, ଦୟଣା, ଫୁଲ, ଫଳ, ନଡ଼ିଆ, ଭୋଗ ଯିଏ ଯାହା ପାରନ୍ତି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି । ଚିଣ୍ଟୁ ବାବାଙ୍କ ନିୟମିତ କାମ ଜଗନ୍ନାଥଙ୍କ ପାଇଁ ତୁଳସୀ ନେଇ ଯିବା । ଏହି କାମରେ ବେଶ ଆନନ୍ଦ ପାଆନ୍ତି ସେ । ଗତ ୯ ବର୍ଷ ଧରି ଏହି କାମ ସେ ପ୍ରତ୍ୟେକ ଦିନ କରୁଛନ୍ତି । କି ଖରା କି ବର୍ଷା କି ଶୀତ କିଛି ମାନନ୍ତିନି ସେ ଏବଂ ବାଇକ ଧରି ସବୁ ଦିନ ପୁରୀ ଅଭିମୁଖେ ବାହାରି ଯାଇଥାନ୍ତି । ଏବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଥିବାବେଳେ ଜଗନ୍ନାଥଙ୍କ ପାଇଁ ତୁଳସୀ, ଫୁଲ ଓ ନଡ଼ିଆ ଧରି ପୁରୀ ଅଭିମୁଖେ ଯାଉଛନ୍ତି ଚିଣ୍ଟୁ ବାବା । ଚିଣ୍ଟୁ ବାବାଙ୍କ ମାଧ୍ୟମରେ ଜଗନ୍ନାଥଙ୍କ ନିକଟକୁ ତୁଳସୀ ପଠାଇବା ସମ୍ଭବ ହେଉଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ଶହ ଶହ ଭକ୍ତ ।

ମହାପ୍ରଭୁଙ୍କ ସେବା କରି କିଏ ବା ଖୁସି ନପାଏ । ପ୍ରତ୍ୟେକ ଭକ୍ତଙ୍କ ଇଚ୍ଛା ଥାଏ ନିଜ ମନର ଠାକୁରଙ୍କ ପାଇଁ ତୁଳସୀ ଟିକେ ଦେବା ପାଇଁ କିନ୍ତୁ ସବୁଦିନ ଜଗା ପାଖକୁ ଯିବା ସମ୍ଭବ ନୁହେଁ । ତେଣୁ ଭକ୍ତ ମାନଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଚିଣ୍ଟୁ ବାବା ଭକ୍ତଙ୍କ ଠାରୁ ତୁଳସୀ ନେଇ ଶ୍ରୀକ୍ଷେତ୍ରରେ ପହଞ୍ଚିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.