ମକର ପାଇଁ ଚାଲିଥିଲା ବାଣ ବିକ୍ରି, ସାପ୍ତାହିକ ହାଟରେ ଲାଗିଲା ନିଆଁ

ହାଟରେ ଲାଗିଲା ନିଆଁ । ସାପ୍ତାହିକ ହାଟ ଚାଲିଥିବା ବେଳେ ବାଣ ବଜାରରେ ଲାଗିଲା ନିଆଁ । ମକର ପାଇଁ ବାଣ ବିକ୍ରି ଚାଲିଥିଲା । ତେବେ କେହି ଜଣେ ବାଣ ଫୁଟାଉ ଫୁଟାଉ ନିଆଁ ପୋଡିଯାଇଥିଲା ବାଣ ଦୋକାନ ଉପରେ । ଚାହୁଁ ଚାହୁଁ ଗୋଟିଏ ବାଣ ଦୋକାନରେ ନିଆଁ ଲାଗି ହାଟ ସାରା ମାଡ଼ିଯାଇଥିଲା ।

ଝାଡ଼ଖଣ୍ଡ: ହାଟରେ ଲାଗିଲା ନିଆଁ । ସାପ୍ତାହିକ ହାଟ ଚାଲିଥିବା ବେଳେ ବାଣ ବଜାରରେ ଲାଗିଲା ନିଆଁ । ମକର ପାଇଁ ବାଣ ବିକ୍ରି ଚାଲିଥିଲା । ତେବେ କେହି ଜଣେ ବାଣ ଫୁଟାଉ ଫୁଟାଉ ନିଆଁ ପୋଡିଯାଇଥିଲା ବାଣ ଦୋକାନ ଉପରେ । ଚାହୁଁ ଚାହୁଁ ଗୋଟିଏ ବାଣ ଦୋକାନରେ ନିଆଁ ଲାଗି ହାଟ ସାରା ମାଡ଼ିଯାଇଥିଲା । ଫଳରେ ଜୀବନ ବିକଳରେ ଦୋକାନ ଛାଡ଼ି ଦୌଡ଼ିଥିଲେ ଦୋକାନୀ । ଝାଡ଼ଖଣ୍ଡ ଶ୍ୟାମସୁନ୍ଦରପୁର ଥାନା ଅନ୍ତର୍ଗତ କେଡୁକୋଚା ସାପ୍ତାହିକ ହାଟରେ ଏଭଳି ଅଘଟଣ ଘଟିଛି ।

ସୂଚନା ମୁତାବକ ମକର ପାଇଁ ୧୦୦ରୁ ଊର୍ଦ୍ଧ୍ବ ବାଣ ଦୋକାନୀ ବାଣ ବିକ୍ରି କରିବାକୁ ଯାଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଗୋଟିଏ ଟାଟା ଏସି ଓ ୧୦ ରୁ ଉର୍ଦ୍ଧ୍ବ ବାଇକ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.