Below header

ପାକିସ୍ତାନରେ ବିସ୍ଫୋରଣ, ୫ ଯବାନ ମୃତ

ପାକିସ୍ତାନରେ ବିସ୍ଫୋରଣ, ୫ ମୃତ। ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ IED ବିସ୍ଫୋରଣରେ ୫ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ନୂଆଦିଲ୍ଲୀ (କେନ୍ୟୁଜ): ପାକିସ୍ତାନରେ ବିସ୍ଫୋରଣ, ୫ ମୃତ । ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ IED ବିସ୍ଫୋରଣରେ ୫ଜଣ ଯବାନ ନିହତ ହୋଇଛନ୍ତି । ଯବାନମାନେ ଏକ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେମାନଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । କେଚ ଜିଲ୍ଲାର ବୁଲେଦା ଅଞ୍ଚଳରେ ଏହି ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ପାକିସ୍ତାନ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏହି ଅପରେସନ କରାଯାଉଛି । ତେବେ ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ମୃତ ସୈନିକମାନେ ହେଲେ ଟିପୁ ରଜ୍ଜାକ(୨୩), ସନି ଶୌକତ(୨୪), ଶଫି ଉଲ୍ଲାହ(୨୩), ଲାନ୍ସ ନାୟକ ତାରିକ୍ ଅଲି(୨୫) ଏବଂ ମୁହମ୍ମଦ ତାରିକ୍ ଖାନ୍‌(୨୫) ।

ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏବେ ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ପାକିସ୍ତାନର ଖାଇବର ପଖତୁନ ଏବଂ ବେଲୁଚିସ୍ତାନରେ ଅଧିକ ଆକ୍ରମଣ ପରିଲକ୍ଷିତ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.