Below header

ପୁରୀ ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର : ହାଇକୋର୍ଟ

ପୁରୀ (କେନ୍ୟୁଜ): ପୁରୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କେନ୍ଦ୍ର ଗାଇଡଲାଇନ ମାନି ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ । କରୋନା ପାଇଁ ରଥଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ରଥଯାତ୍ରା ସ୍ଥଗିତ ରଖିବା ପାଇଁ ଅନ୍ୟ ଏକ ମାମଲା ଦାୟର ହୋଇଥିବାବେଳେ ଏହି ମାମଲାରେ ଅନ୍ୟ ୪ ଜଣ ଇଣ୍ଟରଭେନର ଅଛନ୍ତି । ମାମଲାର ଶୁଣାଣି କରି ପୁରୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି ।

ଆସନ୍ତା ୨୩ରେ ରଥଯାତ୍ରା । କିନ୍ତୁ ଏବର୍ଷ ପୁରୀ ରଥଯାତ୍ରା ହେବ କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏବେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ୧୫ ଦିନିଆ ଅନବସର ଗୁପ୍ତ ସେବା ଚାଲିଛି । ରଥଯାତ୍ରା ନହେଲେ ଆସନ୍ତା ଏକ ବର୍ଷ ଯାଏ ମହାପ୍ରଭୁ ରତ୍ନ ସିଂହାସନକୁ ଯାଇପାରିବେ ନାହିଁ । ଏନେଇ ବିଭିନ୍ନ ଶାସ୍ତ୍ର ଓ ଦଇତାପତିଙ୍କ ଅପ୍ରକାଶିତ ଓ ଅଲିଖିତ ତଥ୍ୟ ରହିଛି । ରଥଯାତ୍ରାର କୌଣସି ବିକଳ୍ପ ନାହିଁ । ଏଥିପାଇଁ କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ କରିବା ପାଇଁ ଦଇତାପତିମାନେ ଦୃଢ଼ ଦାବି ଜଣାଇଛନ୍ତି । ସେପଟେ ରଖଖଳାରେ ଜୋରସୋରରେ ନିର୍ମାଣ କାମ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.