Below header

୩୦ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଡ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):ବିଦ୍ୟୁତ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱ। ୩୦ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଡ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ନବନିଯୁକ୍ତ ଇଞ୍ଜିନିୟରଙ୍କୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୩୦ଜଣ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିଯୁକ୍ତି ପରେ ଏହି ସଂଖ୍ୟା ୧୧୬ରେ ପହଞ୍ଚିଛି। ଓଡ଼ିଶା ବିଦ୍ୟୁତ ଉତ୍ପାଦନର ବଳକା ରାଜ୍ୟ ବୋଲି କହିବା ସହ ସାମଗ୍ରୀକ ବିକାଶରେ ଶକ୍ତି ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗରେ କାର୍ଯ୍ୟ କରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.