ରିଲେସନସିପ ଟିପ୍ସ : ଯଦି ଆପଣଙ୍କ ପାର୍ଟନରକୁ ନେଇ ଆପଣ ସିରିୟସ୍‌, ତେବେ ଏମିତି କୁହନ୍ତୁ ମନର କଥା

ଆଜିକାଲି ଯଦି ଦୁଇଜଣ ଏକାଠି ଅଛନ୍ତି ତେବେ କହିପାରିବେନି ଯେ ତାଙ୍କ ଭିତରେ କିଛି ସିରିୟସ ରିଲେସନସିପ ରହିଛି । କେବେ କେବେ ନିଜର ଆବଶ୍ୟକତା ପାଇଁ ଦୁହେଁ ଏକ ବନ୍ଧନରେ ରହିଥାଇ ପାରନ୍ତି । ଯଦି କେହି ନିଜର ରିଲେସନକୁ ନେଇ ଅଧିକ ସିରିୟସ ଥାଆନ୍ତି ହେଲେ କହି ନପାରିବାରୁ ପରେ ଯଦି ସମ୍ପର୍କ ଭାଙ୍ଗିଯାଏ ।

ତେବେ ଏଥିରେ ବହୁତ କଷ୍ଟ ହୋଇଥାଏ । ଯଦି ଆପଣ ନିଜର ସମ୍ପର୍କକୁ ନେଇ ଅଧିକ ସିରିୟସ ତେବେ ଜରୁରୀ ଯେ ଆପଣ ଆପଣଙ୍କ ପାର୍ଟନରକୁ ଏ ସମ୍ପର୍କରେ ଜରୁର କୁହନ୍ତୁ । ଏମିତିରେ କିଛି ତରିକା ମାଧ୍ୟମରେ ଆପଣଙ୍କ ପାର୍ଟନରଙ୍କୁ ଆପଣଙ୍କ ମନର କଥା କହିପାରିବେ । ଆସନ୍ତୁ ଜାଣିବା ସେମିତି କିଛି ତରିକା ବିଷୟରେ ।

ପରିବାର ସହ ମିଳାନ୍ତୁ :  ଯେତେବେଳେ ଦୁଇ ଜଣ ଗୋଟିଏ ସମ୍ପର୍କରେ ଯୋଡ଼ି ହୋଇ ଯାଆନ୍ତି ତେବେ ଉଭୟ ଉଭୟଙ୍କୁ ନିଜର ପର୍ସନାଲ ଜୀବନରେ ମଧ୍ୟ ସାମିଲ କରନ୍ତି । ଏହା ଦର୍ଶାଏ ଯେ ଦୁହେଁ ନିଜର ସମ୍ପର୍କକୁ ନେଇ ବହୁତ ନିଶ୍ଚିତ । ବିଶେଷକରି ଯଦି ଆପଣ ନିଜର ପିତା-ମାତାଙ୍କ ସହ ପାର୍ଟନରକୁ ମିଶାଉଛନ୍ତି ତେବେ ଏଥିରୁ ସ୍ପଷ୍ଟ ଯେ ଆପଣ ନିଜର ସମ୍ପର୍କକୁ ନେଇ ବହୁତ ସିରିୟସ ।

ମନରର କଥା କହି ଦିଅନ୍ତୁ : ଯଦି ଆପଣ ନିଜର ସମ୍ପର୍କକୁ ନେଇ ବହୁତ ସିରିୟସ ତେବେ ଆପଣ ନିଜର ପାର୍ଟନରକୁ ସିଧା ସିଧା ନିଜର ମନ କଥା କହି ଦିଅନ୍ତୁ । ଆପଣଙ୍କ ଜୀବନରେ ତାଙ୍କର କେତେ ଆବଶ୍ୟକତା ସିଧା କହି ଦିଅନ୍ତୁ ।

ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରନ୍ତୁ : ଆଜିର ସମୟରେ କେହି ବି ନିଜର ସମ୍ପର୍କକୁ ସାଧାରଣରେ କୁହନ୍ତି ନାହିଁ । ଯେ ପର୍ଯ୍ୟନ୍ତ ସେ ଏହାକୁ ନେଇ ନିଶ୍ଚିତ ନହୋଇଛନ୍ତି । ସେପର୍ଯ୍ୟନ୍ତ ଆପଣ ଆପଣଙ୍କ ପାର୍ଟନରଙ୍କ ସହିତ ଉଠାଇ ଥିବା ଫଟୋ ସେୟାର କରି ପାରିବେ ନାହିଁ । ଏହାଦ୍ୱାରା ଆପଣ କହିପାରିବେ ଯେ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.