ଚିରନ୍ତନ ପ୍ରେମ: ମୃତ ପ୍ରେମିକାଙ୍କୁ ବିବାହ କଲେ ଯୁବକ, ସାରା ଜୀବନ ବିବାହ ନକରିବାକୁ ଦେଉଛନ୍ତି ପ୍ରତିଶୃତି

ପ୍ରେମ! ହୁଏତ ଏ ଶବ୍ଦର ଅର୍ଥ ଖୁବ୍ କମ୍ ଲୋକ ବୁଝି ପାରନ୍ତି। ଭଲ ପାଆନ୍ତି ଅନେକ କିନ୍ତୁ ବୁଝନ୍ତି କମ୍। ପ୍ରେମ ପାଇଁ କିଏ କେତେ ବାଟ ଯାଇପାରେ। କିଏ କଣ ନିଜର ମୃତ ପ୍ରେମିକାଙ୍କୁ ବିବାହ କରିପାରେ। କିନ୍ତୁ ଏପରି ଘଟଣା ଘଟିଛି ଆସାମରେ, ଯାହା ହୁଏତ ଆପଣଙ୍କ ଛାତି ଥରାଇ ଦବ।

ଦୁନିଆରେ ଏପରି ନିବିଡ଼ ସମ୍ପର୍କ ଦେଖିବା ହୁଏତ ବହୁତ୍ କ୍ଵଚିତ। ନିଜର ମୃତ ପ୍ରେମିକାଙ୍କୁ ବିବାହ କରି ସାରା ଜୀବନ ବିବାହ ନକରିବାକୁ ପ୍ରତିଶୃତି ଦେଇଛନ୍ତି ଜଣେ ଯୁବକ। ଯାହାକି ପ୍ରମାଣିତ କରିଛି ପ୍ରେମର କୌଣସି ସୀମା ନାହିଁ। ଆସାମରେ ଜଣେ ବ୍ୟକ୍ତି ଏହା ପ୍ରମାଣ କରିଛନ୍ତି ଯେ ପ୍ରେମ ଚିରସ୍ଥାୟୀ। ସେଥିପାଇଁ ତ ନିଜର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପାର୍ଥନାଙ୍କୁ ତାଙ୍କ ମୃତ୍ୟୁ ହେବା ପରେ ବି ସେ ବିବାହ କରିଥିଲେ।

bitupan and parthana
Picture credit – www.dailythanthi.com

ସୋସିଆଲ୍ ମିଡିଆରେ ଆସିଥିବା ଏକ ଭାଇରାଲ୍ ଭିଡିଓରେ ଏହା ଜଣା ପଡ଼ିଥିଲା। ଯାହାକି ଦେଖି ଅନେକ ଉପୋଭୋକ୍ତା ଯୁବକଙ୍କୁ ଅନୁକମ୍ପା ଜଣାଇଛନ୍ତି। ଆସାମର ଗୁଆହାଟିର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ଦିନ ପାର୍ଥନାଙ୍କ ଦେହାନ୍ତ ହୋଇଥିଲା। ଏପରିକି ଶବ ସମ୍ମୁଖରେ ସେ ଅନ୍ୟ ଆଉ କାହାରିକୁ ବିବାହ ନକରିବାକୁ ପ୍ରତିଶୃତି ଦେଇଛନ୍ତି।

ଭିଡିଓରେ ଥିବା ଯୁବକ ହେଉଛନ୍ତି ବିଟୁପାନ୍, ଯିଏକି ତାଙ୍କ ପ୍ରେମିକ। ଭିଡ଼ିଓରେ ପାର୍ଥନାଙ୍କ କପାଳରେ ସିନ୍ଦୂର ଲଗାଉଥିବାର ନଜର ଆସିଛନ୍ତି ବିଟୁପାନ୍। ତାଙ୍କୁ ଧଳା ରଙ୍ଗର ଫୁଲ ମାଳ ମଧ୍ୟ ପିନ୍ଧୁଛନ୍ତି। ଆସାମ ସ୍ଥିତ ମୋରିଗାଓଁର ବାସିନ୍ଦା ବିଟୁପାନ୍ ଏବଂ ଚାପର୍ମୁଖର କୋସୁଆ ଗାଁର ବାସିନ୍ଦା ହେଉଛନ୍ତି ପାର୍ଥନା। ଦୁହିଁଙ୍କ ମଧ୍ୟରେ ଦୀର୍ଘ ଦିନର ପ୍ରେମ ଥିଲେ। ବିବାହ କରିବା ପାଇଁ ଦମ୍ପତିଙ୍କ ମଧ୍ୟ ଥିଲା ଓ ଯାହା ପରିବାର ମଧ୍ୟ ଜାଣିଥିଲେ। ତେବେ କିଛି ଦିନ ପୂର୍ବରୁ ପାର୍ଥନା ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଗୁଆହାଟୀର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ଵେ ସେ ବଞ୍ଚି ପାରିଲେ ନାହିଁ। ଶୁକ୍ରବାର ରାତିରେ ତାଙ୍କ ଦେହାନ୍ତ ଘଟିଲା।

ପ୍ରଧାନଙ୍କ ସମ୍ପର୍କୀୟ ଭାଇ ସୁଭନ୍ କହିଛନ୍ତି। ଉଭୟଙ୍କ ପରିବାର ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି। କାରଣ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ଖୁବ୍ ନିବିଡ଼ ଥିଲା। ଆଉ କିଛି ଦିନ ପରେ ହିଁ ଦୁହେଁ ଦୁହିଁଙ୍କ ହାତ ଧରିଥାନ୍ତେ କିନ୍ତୁ ଏଭଳି ଘଟଣା ଘଟିବ ବୋଲି କେହି ବିଶ୍ବାସ କରି ପାରୁ ନାହାଁନ୍ତି।

ଉଭୟଙ୍କ ପରିବାର ଖୁବ୍ ଦୁଃଖରେ ଅଛନ୍ତି। କାରଣ ଦୁହେଙ୍କ ଭଲ ପାଇବା ସେମାନେ ଦେଖିଥିଲେ। ଦର୍ଶକବନ୍ଧୁ କହିବାକୁ ଗଲେ ପ୍ରେମକୁ ଯିଏ ବୁଝିଛି ସେ ହିଁ ତାର ମହତ୍ତ୍ଵ ଜାଣି ପାରିଛି। କିନ୍ତୁ ଆଉ କିଛି ଲୋକ ପ୍ରେମ ଅକ୍ଷରକୁ ହିଁ ଖରାପ କରି ସାରିଲେଣି। ଭଲ ପାଇବା ନାଁରେ ହିଂସା ହିଁ ଦେଖିବାକୁ ମିଳୁଛି। ନଚେତ୍
ଅଫତାଫ୍ କେବେ ଶ୍ରଦ୍ଧାକୁ ନୃଶଂସ ଭାବେ ହତ୍ୟା କରି ନଥାନ୍ତା। ଆମେ କେବଳ ଏତିକି କହିବୁ ଦର୍ଶକ ବନ୍ଧୁ ପ୍ରେମ କେବଳ ବିପୁଟାନଙ୍କ ଭଲପାଇବା ପରି ହେବା ଦରକାର। ଅଫତାଫର ଭଲ ପାଇବା ପରି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.