Below header

ପୁଣି ଝୁଲି ପଡିଲେ ଆଉ ଜଣେ ଡାକ୍ତରୀ ଛାତ୍ରୀ, ହଷ୍ଟେଲ ଭିତରୁ ମୃତଦେହ ଉଦ୍ଧାର

ମୃତ ଛାତ୍ରୀ ଜଣଙ୍କ ହେଲେ ପଶ୍ଚିମବଙ୍ଗର। ସେ ବିଡିଏସର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ଘରୋଇ ମେଡିକାଲ କଲେଜରେ ଦନ୍ତ ବିଭାଗରେ ପାଠ ପଢୁଥିଲେ। ହଷ୍ଟେଲ ରୁମରେ କେହି ନଥିବା ବେଲେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର। ହଷ୍ଟେଲ ଭିତରୁ ମିଳିଲା ମୃତଦେହ ।  ଫ୍ୟାନରେ ଓଢଣୀ ଲଗାଇ ଝୁଲି ପଡିଛନ୍ତି ଛାତ୍ରୀ ଜଣକ। ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କଲା ପୋଲିସ । ଆତ୍ମହତ୍ୟା ସନ୍ଦେହ କରାଯାଉଛି । କିନ୍ତ ଏ ପର୍ଯ୍ୟନ୍ତ କାରଣ  ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ  ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ମୃତ ଛାତ୍ରୀ ଜଣଙ୍କ ହେଲେ ପଶ୍ଚିମବଙ୍ଗର। ସେ ବିଡିଏସର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ଘରୋଇ ମେଡିକାଲ କଲେଜରେ ଦନ୍ତ ବିଭାଗରେ ପାଠ ପଢୁଥିଲେ। ହଷ୍ଟେଲ ରୁମରେ କେହି ନଥିବା ବେଲେ ସେ ଆତ୍ମହତ୍ୟା କରିଥିବା  ସୂଚନା ମିଳିଛି। ଝିଅର ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଅବଗତ କରିଛି ଭରତପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.