ଶୁଭମନ ଗିଲ୍‌ଙ୍କୁ ଡେଙ୍ଗୁ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ୱକପ ୨୦୨୩ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଚେନ୍ନାଇରେ ପହଞ୍ଚିବା ମାତ୍ରେ ହିଁ ଡେଙ୍ଗୁ ପଜିଟିଭ୍‌ର ଶିକାର ହୋଇଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ୱକପ ୨୦୨୩ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଚେନ୍ନାଇରେ ପହଞ୍ଚିବା ମାତ୍ରେ ହିଁ ଡେଙ୍ଗୁ ପଜିଟିଭ୍‌ର ଶିକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ରବିବାର ଖେଳିବା ତାଙ୍କ ପାଇଁ ମୁସ୍କିଲ ହୋଇପାରେ।

ଯଦି ଗିଲ୍ ବାହାରନ୍ତି, ତେବେ ଦଳକୁ ବଡ଼ ସମସ୍ୟା ହୋଇପାରେ। ରିପୋର୍ଟ ମୁତାବକ, ଶୁକ୍ରବାର ତାଙ୍କର ମେଡିକାଲ୍‌ ଟେଷ୍ଟ କରାଯିବ। ଏହାପରେ ହିଁ ତାଙ୍କ ଖେଳିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେପଟେ ଯଦି ଶୁଭମନ ଗିଲ୍‌ ଚୟନ ପାଇଁ ଉପଲବ୍ଧ ନ ହୁଅନ୍ତି, ତା’ ହେଲେ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ଭାବରେ ଈଶାନ କିଶନ କିମ୍ବା କେ.ଏଲ. ରାହୁଲଙ୍କୁ ଚୟନ କରିପାରେ।

କହି ରଖୁଛୁ, ୨୦୨୩ ଏ ପର୍ଯ୍ୟନ୍ତ ଶୁଭମନ ଗିଲଙ୍କ ପାଇଁ ଏକ ସ୍ୱର୍ଣ୍ଣିମ ବର୍ଷ ପ୍ରମାଣିତ ହୋଇଛି। ଏହି ଯୁବ ଖେଳାଳି ସମସ୍ତ ଫର୍ମାଟରେ ନିଜର ଚମତ୍କାର ପ୍ରଦର୍ଶନ ଦ୍ୱାରା ଅନେକଙ୍କୁ ପ୍ରଭାବିତ କରିଛନ୍ତି। ୨୦୨୩ ବିଶ୍ୱକପ୍ ଅଭିଯାନରେ ସେ ଟିମ୍ ଇଣ୍ଡିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ୨୪ ବର୍ଷୀୟା ଏହି ଖେଳାଳି ବର୍ତ୍ତମାନ ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ର‍୍ୟାଙ୍କିକ୍‌ରେ ୨ ନମ୍ବର ସ୍ଥାନରେ ଅଛନ୍ତି।