Below header

ଭଦ୍ରକ: କଲେଜ ପାଲଟିଲା ରଣକ୍ଷେତ୍ର, କଲେଜର ସମସ୍ୟା ସମାଧାନ ନେଇ ଦୁଇଗୋଷ୍ଠୀ ମଧ୍ୟରେ ହାତାହାତି

ଭଦ୍ରକ(କେନ୍ୟୁଜ୍):  ରଣକ୍ଷେତ୍ର ପାଲଟିଲା କଲେଜ ପରିସର । ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ମହାବିଦ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ । ବେଶ୍‌ କିଛି ସମୟ ଧରି କଲେଜରେ ଲାଗିରହିଥିଲା ଉତ୍ତେଜନା । ଅଭିଯୋଗ ମୁତାବକ, ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ଦାବି କରି କଲେଜ୍‌ ଗେଟରେ ତାଲା ପକାଇ ଆନ୍ଦୋଳନ କରୁଥିଲେ କିଛି ଛାତ୍ର ଛାତ୍ରୀ । ତେବେ ଯୁକ୍ତ ତିନି ଶେଷ ବର୍ଷର କିଛି ଛାତ୍ର ସେଠାରେ ପହଞ୍ଚି ଗେଟରେ କାହିଁକି ତାଲା ପଡିଛି ପଚାରିବା ସହ ଭିତରକୁ ଯିବାକୁ ଚାହିଁଥିଲେ । ହେଲେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ତାଲା ନଖୋଲିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏପରିକି ହାତାହାତି ମଧ୍ୟ ହୋଇଥିଲା । ତେବେ ଗୋଟିଏ ଛାତ୍ରଙ୍କ ସପକ୍ଷରେ ଅଣଛାତ୍ର ବାହାରି ଗଣ୍ଡଗୋଳ କରିବାରୁ ଉତ୍ତେଜନା ବଢିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ୍‌ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଉଭୟ ଗୋଷ୍ଠୀର ଛାତ୍ର ଏବଂ କଲେଜ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.