Below header

ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, କିଟ୍ ଓ କିସର ପ୍ରତିଷ୍ଠାତା ଜଣାଇଲେ ଅଭିନନ୍ଦନ

କେନ୍ୟୁଜ୍(ବ୍ୟୁରୋ):  ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ । ଓଡ଼ିଶା ବିଚାର ବିଭାଗୀୟ ସେବା- ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓପିଏସ୍‌ସି ପ୍ରକାଶିତ ୨୦୧୯ ପରୀକ୍ଷା ଫଳରେ ମୋଟ୍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୯ଜଣ ଛାତ୍ରଛାତ୍ରୀ କିଟ୍ ଲ ସ୍କୁଲର ରହିଛନ୍ତି। କିଟ୍ ଲ ସ୍କୁଲର ୩ଜଣ ଛାତ୍ର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ଗୌରବ ଅର୍ଜନ କରିଛନ୍ତି। କୃଷ୍ଣ ମିଶ୍ର ତୃତୀୟ ସ୍ଥାନରେ ରହିଥିବା ବେଳେ ଶୁଭଜିତ ବେହେରା ଓ ଦେବାନ ସତ୍ୟଦର୍ଶୀ ନନ୍ଦ ଯଥାକ୍ରମେ ପଞ୍ଚମ ଓ ସପ୍ତମ ସ୍ଥାନରେ ଅଛନ୍ତି। ଓଜେଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଟ୍ ଲ ସ୍କୁଲର ଅନ୍ୟ ୬ ଛାତ୍ରଛାତ୍ରୀ ହେଲେ ଚନ୍ଦନ ଦେହୁରୀ, ଦେବମାଳିନୀ ଐଶ୍ୱର୍ଯ୍ୟା, ଜୟା ରାୟ, ମନ୍ଦିରା ମହାନ୍ତ, ସାରୋନ୍ ବସ୍ତିଆ ଏବଂ ଭିୟେନା ନାୟକ।

ଏମାନଙ୍କ ମଧ୍ୟରୁ ୭ଜଣ କିଟ୍ ଲ ସ୍କୁଲରୁ ଏଲ୍‌ଏଲବି କରିଥିବା ବେଳେ ୨ଜଣ ବର୍ତ୍ତମାନ ଏଲ୍‌ଏଲ୍‌ଏମ୍ କରୁଛନ୍ତି। ଏହି ସଫଳତାରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ କିଟ୍ ଲ ସ୍କୁଲକୁ ଧନ୍ୟବାଦ ଜଣାଇବା ସହ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାରୁ କିଟ୍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ଲଗାତାର ସଫଳତା ହାସଲ କରିଆସୁଛନ୍ତି ବୋଲି କହିଛନ୍ତି। ଏହି ଅଭୂତପୂର୍ବ ସଫଳତାରେ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଟ୍ ଲ ସ୍କୁଲର ଗୁଣାତ୍ମକ ଶିକ୍ଷା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ନିରନ୍ତର ପ୍ରୟାସ ଯୋଗୁଁ କିଟ୍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସଫଳତା ପାଇ ଆସୁଛନ୍ତି ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରୁଛନ୍ତି ବୋଲି ଡ. ସାମନ୍ତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.