ନାଇଟ୍‌ ଶିଫ୍ଟରେ କାମ କରିବାକୁ ପସନ୍ଦ କି? କ୍ୟାନସରର ହୋଇପାରନ୍ତି ଶିକାର

ବିଶ୍ୱରେ ଏମିତି ଅନେକ କମ୍ପାନୀ ଅଛି, ଯେଉଁଠି କର୍ମଚାରୀମାନଙ୍କୁ ନାଇଟ୍‌ ଶିଫ୍ଟରେ କାମ ଦିଆଯାଇଥାଏ। ବର୍ତ୍ତମାନ ଏହା ସବୁ ଜାଗାରେ ପ୍ରଚଳିତ ହୋଇଗଲାଣି। ତେବେ ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ନାଇଟ୍‌ ଶିଫ୍ଟ କରୁଥିବା ବ୍ୟକ୍ତି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି ବୋଲି ଖୁଲାସା ହୋଇଛି। ଏହା ଉପରେ ଏକ ରିସର୍ଚ୍ଚ ହୋଇଥିଲା। ଏଥିରୁ ନିଷ୍କର୍ସ ବାହାରିଛି କି, ନାଇଟ୍‌ ଶିଫ୍ଟରେ କାମ କରୁଥିବା ଲୋକଙ୍କୁ କ୍ୟାନସର ହେବାର ଆଶଙ୍କା ବଢ଼ି ଯାଇଥାଏ।

କହି ରଖୁଛୁ, ଏହି ରିପୋର୍ଟକୁ ଜର୍ନାଲ ଅଫ୍‌ ପିନିୟଲ ରିସର୍ଚ୍ଚରେ ପ୍ରକାଶିତ କରାଯାଇଛି। ଏଥିରେ ସୁସ୍ଥ ଲୋକଙ୍କୁ ସାମିଲ କରାଯାଇଥିଲା ଏବଂ ସେମାନଙ୍କୁ ନକଲି ନାଇଟ୍‌ ଶିଫ୍ଟ ଓ ଡେ’ ଶିଫ୍ଟରେ ରଖାଯାଇଥିଲା। ଯଦିଓ ଏହାର ଉପରେ ଆହୁରି ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି। କିନ୍ତୁ ଏହି ରିସର୍ଚ୍ଚକୁ ନଜରରେ ରଖି କିଛିଟା ସତର୍କତା ଅବଲମ୍ବନ କରିବା ଉଚିତ। ବିଶେଷ କରି କ୍ୟାନସର ଭଳି ଗମ୍ଭୀର ରୋଗକୁ ରୋକିବାରେ ଏହା ବେଶ୍‌ ଲାଭଦାୟକ ହୋଇପାରିବ।

ଏଥିପୂର୍ବରୁ ମଧ୍ୟ ଏକ ରିସର୍ଚ୍ଚ କରାଯାଇଥିଲା। ଏଥିରୁ ଖୁଲାସା ହୋଇଥିଲା କି, ରାତିରେ କାମ କରୁଥିବା ବ୍ୟକ୍ତିଙ୍କୁ ଭଲ ନିଦ ଆସିପାରି ନ ଥାଏ। ଅଫିସ୍‌ରେ ନାଇଟ୍‌ ଶିଫ୍ଟ କଲେ ଶୁକ୍ରାଣୁ ବନିବାର ପ୍ରକ୍ରିୟା ବହୁତ ଦୁର୍ବଳ ହୋଇଯାଇଥାଏ, ଯଦ୍ଦ୍ଵାରା କି ନପୁଂସକତା ସମସ୍ୟା ଦେଖାଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.