Below header

ପୁଣି ଫେଲ୍‌ ମାରିଛି ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା, ଗାଁ ଦାଣ୍ଡରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଭଦ୍ରକ (କେନ୍ୟୁଜ୍‌) : ପୁଣି ଫେଲ୍‌ ମାରିଛି ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା। ପଦାରେ ପଡିଛି ଶିକ୍ଷା ବିଭାଗର ଗୁମର। ସ୍କୁଲଘର ଅଭାବରୁ ଗାଁ ରାସ୍ତାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ତିହିଡି ବ୍ଲକ୍‌ର ମୁଟୁରିଗଡ ପ୍ରାଥମିକ ବିଦ୍ୟାଳୟର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଛାତ୍ରଛାତ୍ରୀ ମାନେ ପରିବେଶରେ ପାଠ ପଢୁଛନ୍ତି ଏଠାକାର ଛାତ୍ରଛାତ୍ରୀ। କେତେବେଳେ ଗାଁ ରାସ୍ତାରେ ବସି ପାଠ ପଢୁଛନ୍ତି ତ ଆଉ କେତେବେଳେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ସ୍କୁଲ ଘର ଛାତରୁ ପ୍ଲାଷ୍ଟର ଖସିବା ସହ ପାଣି ଗଳୁଛି। ଫଳରେ ଶିକ୍ଷକ ଗାଁ ରାସ୍ତାରେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି। ଏହି ସ୍କୁଲର ମୋଟ୍‌ ପିଲା ସଂଖ୍ୟା ୩୩। ସ୍କୁଲ୍‌ର ଅବ୍ୟବସ୍ଥା ଯୋଗୁ ଏଠାରେ ପିଲା ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।

schoolନୁତନ ସ୍କୁଲ ଘର ନିର୍ମାଣ ପାଇଁ ଶିକ୍ଷକ ଏବଂ ଅଭିଭାବକମାନେ ଦାବି କରି ଆସୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି। ତେବେ ବର୍ଷା ଦିନ ହୋଇଥିବାରୁ ଛାତ୍ରଛାତ୍ରୀ ବାହାରେ ପାଠ ପଢ଼ିବା ସମ୍ଭବ ହେଉ ନଥିବା ବେଳେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପାଠପଢା ଚାଲିଛି। ଅନ୍ୟପଟେ ସ୍କୁଲ ସମ୍ମୁଖରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି। ଫଳରେ ଛାତ୍ରଛାତ୍ରୀ ପାଣିରେ ପଶି ପାଠ ପଢିବାକୁ ଆସୁଛନ୍ତି। ସେପଟେ ଏ ବାବଦରେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ପଚାରିଲେ ପଞ୍ଚାୟତରାଜ ବିଭାଗକୁ ଅବଗତ କରାଯାଇଛି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.