ସ୍ବାମୀଙ୍କ ଲଭଷ୍ଟୋରୀ ରେକର୍ଡିଂ କରୁଥିଲେ ମହିଳା, ଭିଡିଓ କରିବା ସମୟରେ ପ୍ରେମିକା ଗାଡିରେ ମାରିଲେ ଧକ୍କା

ଲୁଚି ଲୁଚି ସ୍ବାମୀଙ୍କ ଲଭଷ୍ଟୋରୀକୁ ରେକର୍ଡିଂ କରିବା ସମୟରେ ଗାଡିରେ ଧକା ମାରିଲେ ପ୍ରେମିକା । ଘଟଣାଟି ଘଟିଛି ନୋଏଡାରେ । ଘଟଣାରେ ମହିଳା ଜଣକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ, ମହିଳା ଜଣକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି । ତାଙ୍କ ସ୍ବାମୀ ମଧ୍ୟ ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ । ଉଭୟ ୨୦୧୭ରେ ପ୍ରେମବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ସ୍ବାମୀଙ୍କ ଉପରେ ମହିଳାଙ୍କର କୌଣସି କାରଣରୁ ସନ୍ଦେହ ହୋଇଥିଲା । ୧୫ ଜୁଲାଇରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀ ନିଜ ପ୍ରେମିକାଙ୍କ ସହ କାରରେ ବୁଲୁଛନ୍ତି । ଏହା ଜାଣିବା ପରେ ଅଟୋ ନେଇ ଘଟଣା ସ୍ଥଳରେ ପହଂଚି ସ୍ବାମୀଙ୍କୁ ଫୋନ୍ କରିଥିଲେ । ତେବେ ସ୍ବାମୀ ଫୋନ୍ ନଉଠାଇବାରୁ କାର୍ ସାମ୍ନାରେ ପହଂଚି ପ୍ରମାଣ ସ୍ବରୂପ ଉଭୟଙ୍କ ଭିଡିଓ ବନାଇବାକୁ ଲାଗିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀଙ୍କ ପ୍ରେମିକା ତୁରନ୍ତ ଗାଡି ଚଲାଇ ଦେଇଥିଲେ । ଯେଉଁଥିରେ ମହିଳା ଜଣକ ତଳେ ପଡି ଆହତ ହୋଇଥିଲେ ।

ଘଟଣା ପରେ ଥାନାରେ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମହିଳା ଜଣକ । ଅଭିଯୋଗ ପାଇବା ପରେ ସ୍ବାମୀ ଏବଂ ତାଙ୍କ ପ୍ରେମିକାଙ୍କ ପଚରା ଉଚରା କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.