Below header

ବୁଲାଇ ନେବାକୁ ମନା କଲା ବାପା, ମର୍ମାହତ ୧୦ ବର୍ଷର ପିଲା ନେଲା ଏପରି ଚରମ ପଦକ୍ଷେପ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ନଏଡାରେ ଆତ୍ମହତ୍ୟାର ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏକ ୧୦ବର୍ଷର ଛୁଆଟି ନିଜ ଜିଦି ପୁରଣ ନହେବାରୁ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଦେଇଥିବା ଜଣାପଡିଛି । ମାମଲା ନଏଡାର ଥାନା ସେକ୍ଟର ୨୦ ଅଞ୍ଚଳର ମିଠାରୀ ଗାଁର ଅଟେ । ୧୦ ବର୍ଷର ସୁମେର ଦାସ ନିଜ ବାପାଙ୍କୁ ବାହାରେ ବୁଲାଇ ନେବା ପାଇଁ ଜିଦି କରିଥିଲେ । ବାହାରେ ବର୍ଷା ହେଉଥିବାରୁ ବାପା ନେବାକୁ ମନାକରିଦେଇଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିଲେ । ଏହି ଦୁଃଖଦ ଘଟଣା ପରେ ଘରେ ଶୋକର ଛାୟା ଖେଳିଯାଇଛି। ପୋଲିସ୍ ମାମଲାର ଯାଞ୍ଚ ଆରମ୍ଭ କରିଛି। ସୂଚନା ଥାଉକି ଛୁଆଟିର ବାପା ଜଣେ ଇ-ରିକ୍ସା ଚାଳକ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.