ଭିକ ମାଗିବା ପାଇଁ ଚୀନର ଡିଜିଟାଲ୍ ଭିକାରୀ ବ୍ୟବହାର କରୁଛନ୍ତି QR କୋର୍ଡ, ଏବେ ଭାରତରେ ମଧ୍ୟ ହେଲା ଡିମାଣ୍ଡ

ବିମୁଦ୍ରାକରଣ ପରେ ଭାରତରେ ବଢିଯାଇଛି ଡିଜିଟାଲ୍ ପେମେଣ୍ଟର ଚଳନ । ଚା’ ଦୋକାନୀ ହେଉ ଅବା ପାନ ଦୋକାନୀ । ପେ ଟିଏମ୍ ରେ ପେମେଣ୍ଟ ନେଉଥିବା ଦୋକନୀ ପ୍ରାୟ ସବୁ ଗଳିକନ୍ଦିରେ ମିଳିଯିବେ । ତେବେ ଏହି ଡିଜିଟାଲ୍ ପେମେଂଟର ପ୍ରଭାବ ଆଉ କାହା ଉପରେ ପଡୁ କି ନପଡୁ କିନ୍ତୁ ଭିକାରୀମାନଙ୍କ ଉପରେ ଏହାର ପ୍ରଭାବ ଜୋରରେ ପଡିଛି । କାରଣ ଡିଜିଟାଲ ପେମେଂଟ୍ ଯୋଗୁଁ ଏବେ ପାଖରେ ଆଉ ରହୁନି ଖୁଚୁରା । ତେଣୁ ଲୋକ ବାହାନା କରି ଭିକ ଦେବାକୁ ମନା କରିଦେଉଛନ୍ତି ।

ଧନି ବ୍ୟକ୍ତି ମାନେ ଭିକ ଦେବାକୁ ମନା କରିଦେଉଛନ୍ତି ଆଉ ଯେଉଁ ଅଳ୍ପ ବୟସର ପିଲାମାନେ ଦେଉଥିଲେ ସେମାନେ କହୁଛନ୍ତି ନମ୍ବର ଦିଅ ପେଟିଏମ୍ କରିଦେବୁ । ଯାହା ଫଳରେ ଦିନକୁ ୧୦୦୦ ରୁ ୧୫୦୦ ଯାଏଁ ରୋଜଗାର କରୁଥିବା ଭିକାରୀଙ୍କ ଆୟ ଏବେ ୫୦୦ ଟଙ୍କାରେ ସୀମିତ ହୋଇଯାଇଛି । ଏବେ ନିଜର ଭିକ ମାଗିବା ତରିକା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଏମାନେ । ଅର୍ଥାତ୍ ଡିଜିଟାଲି ଭିକ ମାଗିବାକୁ ଚାହୁଁଛନ୍ତି ।

beggarପଡୋଶୀ ଦେଶ ଚୀନ ପରି ଭିକ ମାଗିବା ପାଇଁ QR କୋଡ୍ ବ୍ୟବହାର କରିବାକୁ ଦାବି କରୁଛନ୍ତି । ଭିକ ମାଗିବା ପାଇଁ QR କୋଡ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି ଚୀନର ଭିକାରୀ । ଏବେ ଚୀନର ଲୋକ ଖୁଚୁରା ନଥିବା ବାହାନା କରି ଭିକାରୀଙ୍କୁ ଭିକ ଦେବାକୁ ମନା କରିପାରିବେନି । ଅନ୍ୟପଟେ ଏହି ଟ୍ରେଣ୍ଡ ଗ୍ରେ ବ୍ୟବସାୟକୁ ଜନ୍ମ ଦେଇଛି । କିଛି ଭିକାରୀ QR କୋଡ୍ ସ୍କାନ୍ କରି ପେମେଣ୍ଟ କରୁଥିବା ଲୋକଙ୍କ ଡାଟା ଏକାଠି କରି ବିକ୍ରି କରୁଛନ୍ତି ।

ଏହା ସହ ପଢନ୍ତୁ ଚୀନର ଡିଜିଟାଲ୍ ଭିକାରୀ, ଭିକ ମାଗିବା ପାଇଁ ବ୍ୟବହାର କରୁଛନ୍ତି QR କୋଡ୍

ସୂଚନାଯୋଗ୍ୟ, QR Code System ଆବିଷ୍କାର ୧୯୯୪ରେ ଜାପାନର ଏକ କମ୍ପାନୀ Denso Wave କରିଥିଲା । ଯାହାର ଲକ୍ଷ ଥିଲା ମାନ୍ୟୁଫାକ୍ଚର କରାଯାଉଥିବା ବାହନକୁ ଟ୍ରାକ୍ କରିବା । ଧୀରେ ଧୀରେ ଏହି କୋଡିଂ ସିଷ୍ଟମ ଦକ୍ଷିଣ କୋରିଆ ଏବଂ ଜାପାନରେ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହାର କରାଗଲା । ଆଉ ପରେ ପୁରା ଦୁନିଆ ଏହାକୁ ବ୍ୟବହାର କରିବାକୁ ଲାଗିଲା । କିନ୍ତୁ ଏହି ପେମେଣ୍ଟ ସିଷ୍ଟମକୁ ଚୀନ ଏମିତି ବ୍ୟବହାର କରିବ ତାହା କେହି ଚିନ୍ତା କରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.